ପ୍ରମୁଖ ଖବର

ମୌସୁମୀ ବାୟୁ ସକ୍ରିୟ ପାଇଁ ପାଗ ଅନୁକୂଳ
ବିମାନ ଦୁର୍ଘଟଣାରେ ଜଣେ ଯାତ୍ରୀ ଜୀବିତ ଉଦ୍ଧାର
ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧ କୋଟି ଦେବ ଟାଟା ଗ୍ରୁପ
ବିମାନ କ୍ରାସ ଘଟଣାରେ ୫ ଡାକ୍ତରୀ ଛାତ୍ର ମୃତ
ବିମାନ କ୍ରାସ: ମୃତକଙ୍କ ହେବ ଡିଏନ୍‌ଏ ପରୀକ୍ଷା
ଭୁବନେଶ୍ୱରରୁ ଆବୁଧାବି ଉଡ଼ିଲା ବିମାନ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଯାଜପୁର ଝାଡ଼ାବାନ୍ତିରେ ଆଉ ୨ ମୃତ
ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା
ଯୁକ୍ତ ୩ ନାମ ଲେଖା ପାଇଁ ଆସିଲା ପ୍ରଥମ ପର୍ଯ୍ୟାୟ କଟ୍‌ଅଫ୍‌ ଲିଷ୍ଟ

ଭୁବନେଶ୍ୱରରୁ ଆବୁଧାବି ଉଡ଼ିଲା ବିମାନ

0

ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ବର: ଓଡ଼ିଶାରୁ ସିଧାସଳଖ ଆବୁଧାବିକୁ ଉଡିଲା ବିମାନ। ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଆବୁଧାବିକୁ ସିଧା ଉଡ଼ାଣ କରି ବିମାନ। ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ବିମାନବନ୍ଦରରେ ପତାକା ହଲାଇ ବିମାନ ଉଡ଼ାଣର ଶୁଭାରମ୍ଭ କରିଛନ୍ତି। ଏବେ ଯାତ୍ରୀମାନେ ଭୁବନେଶ୍ୱରରୁ ବିମାନରେ ବସି ସିଧାସଳଖ ଆବୁଧାବିରେ ସହଜରେ ପହଞ୍ଚି ପାରିବେ। ଏଥିସହିତ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂକେନ୍ଦ୍ର ସରକାରଙ୍କ ସହଯୋଗରେ ଏହି ସେବାର ଆରମ୍ଭ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ବିମାନରେ ଆଜି ୧୮୦ ଯାତ୍ରୀ ଭୁବନେଶ୍ୱରରୁ ଆବୁଧାବିକୁ ଯାଇଛନ୍ତି। ଆଜି ସକାଳ ୯.୩୫ରେ ଏହାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ଏହା ମଧ୍ୟାହ୍ନ ୧୨.୩୫ରେ ଆବୁଧାବିରେ ପହଞ୍ଚିବ। ଆବୁଧାବିରୁ ପୁଣି ରାତି ୨.୩୫ରେ ବାହାରି ସକାଳ ୮.୩୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ।

ଏଥିସହ ବିଶାଖାପାଟଣାକୁ ମଧ୍ୟ ସିଧାସଳଖ ବିମାନ ସେବା ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯାହା ଅପରାହ୍ନ ୧୨.୩୫ରେ ଭୁବନେଶ୍ୱରରୁ ଛାଡ଼ିବ ଏବଂ ଅପରାହ୍ନ ୧.୫୫ ରେ ବିଶାଖାପାଟଣା ପହଞ୍ଚିବ। ସେହିପରି ଅପରାହ୍ନ ୨.୨୫ ରେ ବିମାନ ବିଶାଖାପାଟଣା ଛାଡ଼ି ୩ .୪୫ରେ ଭୁବନେଶ୍ୱର ପହଞ୍ଚିବ। ଆବୁଧାବି ସହ ଭୁବନେଶ୍ୱରରୁ ବିଦେଶକୁ ଏହା ପଞ୍ଚମ ବିମାନ ସେବା।

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, “ଯେବେଠାରୁ ନୂଆ ସରକାର ଦାୟିତ୍ୱ ନେଲେ ବିଶେଷ କରି ମିଡିଲ୍-ଇଷ୍ଟ ଦେଶ ଗୁଡ଼ିକ ସହ ଓଡ଼ିଶା ଯୋଡିହେବାର ସୁଯୋଗ ଆସଲା। ସିଧାସଳଖ ଓଡ଼ିଶା ସହ ସୁସମ୍ପର୍କ ପ୍ରତିଷ୍ଠା ହେବା ସହ ପର୍ଯ୍ୟଟନ, ପୁଞ୍ଜିନିବେଶ, ଓ ବାଣିଜ୍ୟିକ କ୍ଷେତ୍ରରେ ଲାଭଦାୟକ ହେବ। ଏହି ବିମାନରେ କାର୍ଗୋ ସେବା ମଧ୍ୟ ଆରମ୍ଭ ହୋଇଛି। ବିଶେଷ କରି କେନ୍ଦୁଝର, ଢେଙ୍କାନାଳ, ନୂଆପଡ଼ା, ରାୟଗଡ଼ା ଯେଉଁଠି ଭଲ ଆମ୍ବ ଉତ୍ପାଦନ ହେଉଛି ସେଠାରୁ ୫୦ ଟନ୍ ଆମ୍ରପଲି ଆମ୍ବ ପଠାଯାଇପାରିଲା। ଆଜି ବିଶାଖପାଟଣାକୁ ମଧ୍ୟ ପୁନର୍ବାର ବିମାନ ସେବା ଆରମ୍ଭ ହେବାକୁ ଯାଉଛି।”

Leave A Reply

Your email address will not be published.