ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ବ୍ୟାଙ୍କରେ ବନ୍ଧୁକ ଦେଖାଇ ଲୁଟିନେଲେ ୧୦ ଲକ୍ଷ ଟଙ୍କା ସହ ସୁନାଗହଣା

0

କେନ୍ଦୁଝର: କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଛି। ୫ ଜଣ ଦୁର୍ବୃତ୍ତ ବ୍ୟାଙ୍କରେ ପଶି ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରି ୧୦ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟିନେଇଛନ୍ତି।

ସୂଚନା ଅନୁଯାୟୀ, ସକାଳ ପ୍ରାୟ ୧୦ଟାରେ ବ୍ୟାଙ୍କ ଖୋଲିବା ପରେ ୫ ଜଣିଆ ଡକାୟତ ଗ୍ୟାଙ୍ଗ ବ୍ୟାଙ୍କ ପରିସରରେ ପଶି କର୍ମଚାରୀ ଏବଂ ଗ୍ରାହକଙ୍କୁ ବନ୍ଧକ କରିଥିଲେ। ସେମାନଙ୍କ ମଧ୍ୟରୁ ତିନି ଜଣ ବନ୍ଧୁକ ଧରିଥିଲା ବେଳେ ବାକି ଦୁଇ ଜଣଙ୍କ ହାତରେ ଧାରୁଆ ଅସ୍ତ୍ର ରହିଥିଲା। ସେମାନେ କର୍ମଚାରୀଙ୍କୁ ଧମକ ଦେଇ ନଗଦ ଏବଂ ସୁନା ଅଳଙ୍କାର ଲୁଟି ନେଇଥିଲେ। ଏହା ବ୍ୟତୀତ ଡକାୟତମାନେ ବ୍ୟାଙ୍କରେ ଥିବା ସିସିଟିଭି କ୍ୟାମେରାର ହାର୍ଡଡିସ୍କ ମଧ୍ୟ ନେଇଯାଇଥିଲେ।

ସୂଚନା ପାଇ ଯୋଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅପରାଧୀମାନଙ୍କୁ ଚିହ୍ନଟ କରିବା ପାଇଁ ନିକଟବର୍ତ୍ତୀ ଅଞ୍ଚଳରୁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ସେମାନଙ୍କୁ ଖୋଜିବା ପାଇଁ ୪ଟି ଟିମ୍ ଗଠନ କରାଯାଇଛି। ଏଥିସହିତ ପ୍ରବେଶ ଏବଂ ପ୍ରସ୍ଥାନ ସ୍ଥାନ ଗୁଡ଼ିକୁ ନାକାବନ୍ଦି କରାଯାଇଥିବା ନେଇ ଯୋଡା ଥାନା ଇନଚାର୍ଜ ରବି ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।

Leave A Reply

Your email address will not be published.