ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଘରେ ଆଇଟି ରେଡ

0

ଝାରସୁଗୁଡା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି। ଏକାଥରକେ ୨୦ରୁ ଅଧିକ ସ୍ଥାନରେ ଏହି ରେଡ କରାଯାଉଥିବା ସୂଚନା ମିଳିଛି। ଝାରସୁଗୁଡା, ସମ୍ବଲପୁର ଓ ଭୁବନେଶ୍ବର ଭଳି ସ୍ଥାନରେ ଏହି ରେଡ କରାଯାଇଥିବା ଜଣା ପଡିଛି। ତେବେ ଆୟକର ଠକେଇ ନେଇ ଅଭିଯୋଗ ହେବା ପରେ ୨୦ରୁ ଅଧିକ ସ୍ଥାନରେ ଇଡି ଏହି ରେଡ ଚଳାଇଛି। ବିଭିନ୍ନ ସ୍ଥାନରେ ଇଡିର ୨୦ଟି ଟିମକୁ ଏହି ରେଡରେ ସାମିଲ କରାଯାଇଛି।

ଗତ କିଛି ମାସ ତଳେ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଓ ଅଫିସରେ ମଧ୍ୟ ଆଇଟି ରେଡ ହୋଇଥିଲା। ଭୁବନେଶ୍ବର ଓ ଛତିଶଗଡର ଟିମ ଏହି ରେଡରେ ସାମିଲ ହୋଇଥିବା ବେଳେ ବ୍ରଜ ଦାସଙ୍କ ଘରୁ ଏକାଧିକ ବିଳାସପୂର୍ଣ୍ଣ କାର ମିଳିଥିଲା। କିଛି ମାସ ପୂର୍ବରୁ ମଧ୍ୟ ପୂର୍ବତନମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କ ପିଏ ଆଶିଷ ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲ। ଏଥିସହ ଆୟକର ବିଭାଗ ଅଧିକାରୀ ବିଶାଳ ଦାସଙ୍କୁ ଝାରସୁଗୁଡ଼ା ଏକ ଘରୋଇ ହୋଟେଲକୁ ଡାକି ପ୍ରାୟ ୪ ଘଣ୍ଟା ଧରି ଜେରା କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରେ ନବଙ୍କ ସହଯୋଗୀ ସଂଜୟ ନନ୍ଦଙ୍କ ଘରେ ବି ଚଢାଉ। ସେ ନବ ଦାସଙ୍କ ବ୍ୟବସାୟିକ ସହଯୋଗୀ ଅଟନ୍ତି। ସଂଜୟ ସୁନ୍ଦରଗଡ଼ର କୋଇଲା ବ୍ୟବସାୟୀ ବୋଲି ସୂଚନା ରହିଛି। ଓଡ଼ିଶା ରାଜନୀତିରେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ ନବ ଦାସ। ପ୍ରଭାବଶାଳୀ ନେତା ଭାବେ ପଶ୍ଚିମଓଡ଼ିଶାରେ ସେ ବେଶ ଜଣାଶୁଣା ଥିଲେ। ନବ ଦାସଙ୍କ ଦେହାନ୍ତ ପରେ ଦୀପାଳୀ ଦାସ ତାଙ୍କ ସ୍ଥାନ ନେଇଥିଲେ ।

Leave A Reply

Your email address will not be published.