ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ଜିନ୍ଦଲ ଫାଉଣ୍ଡେସନକୁ ସମ୍ମାନଜନକ ୨ଟି ବର୍ଗରେ ଗ୍ରୀନଟେକ୍ ପୁରସ୍କାର

0

ଭୁବନେଶ୍ବର : କୃଷି ପ୍ରୋତ୍ସାହନ ଓ ବରିଷ୍ଠ ନାଗରିକଙ୍କ କଲ୍ୟାଣ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସପି)କୁ ୨ଟି ବର୍ଗରେ ସମ୍ମାନଜନକ ଗ୍ରୀନଟେକ୍ ପୁରସ୍କାର ପ୍ରଦାନ କରାଯାଇଛି। ଜୁନ୍ ୧୪ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ ଦ୍ୱୟ କରାଯାଇଥିଲା।  

ଏହି ଅବସରରେ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ ଅଭିନନ୍ଦନ ଜଣାଇବା ସହ କହିଛନ୍ତି, ଯେ “ଆମେ ଏହି ପୁରସ୍କାର ଗ୍ରହଣ କରି ଅତ୍ୟନ୍ତ ଆନନ୍ଦିତ। ଏହି ସ୍ୱୀକୃତି ସାମଗ୍ରିକ ବିକାଶ ପ୍ରତି ଆମର ପ୍ରତିଶ୍ରୁତିବଦ୍ଧତାକୁ ଆହୁରି ମଜଭୁତ କରୁଛି। ନିରନ୍ତର କୃଷି ପାଇଁ କୃଷକମାନଙ୍କୁ କୁଶଳୀ କରିବା ହେଉ ଅଥବା ବରିଷ୍ଠମାନଙ୍କ ପାଇଁ ସମ୍ମାନଜନକ ପରିବେଶ ତିଆରି କରିବା ହେଉ; ଆମର କାର୍ଯ୍ୟ ସବୁବେଳେ ଗଭୀର ଦାୟିତ୍ୱବୋଧ ଦ୍ୱାରା ପରିଚାଳିତ। ଆମ ଟିମ୍ ଏବଂ ଯେଉଁ ମାନଙ୍କ  ପାଇଁ ଆମେ କାର୍ଯ୍ୟ କରୁଛୁ, ସେମାନଙ୍କୁ ଏହି ପୁରସ୍କାରକୁ ସମର୍ପିତ କରୁଛି”। ଏହି ଦୁଇଟି ସମ୍ମାନ ପାଇଁ ସେ ବିଚାରକମଣ୍ଡଳୀଙ୍କୁ ଧନ୍ୟବାଦ ଦେଇଛନ୍ତି।

ଗ୍ରାମାଞ୍ଚଳ ଓ ଆଦିବାସୀବହୁଳ ଅଞ୍ଚଳରେ ନିରନ୍ତର କୃଷି କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଜେଏସପି ର ଅଭିନବ ଓ ପ୍ରଭାବଶାଳୀ ପଦକ୍ଷେପକୁ ଏହି ପୁରସ୍କାର ସ୍ୱୀକୃତି ପ୍ରଦାନ କରୁଛି। କୃଷି ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅଧୀନରେ ଜେଏସପିର ସାମାଜିକ ସଂସ୍ଥା, ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ୨୫ହଜାରରୁ ଅଧିକ କୃଷକମାନଙ୍କୁ ଜୈବିକ କୃଷି, ଜଳସଂଚୟ ଉପଯୋଗୀ ସେଚ କୌଶଳ, ଅତ୍ୟାଧୁନିକ କୃଷି ଉପକରଣର ବ୍ୟବହାର ଓ ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ସମ୍ପର୍କିତ ତାଲିମ ପ୍ରଦାନ କରାଯାଇଛି। ଏହି ପଦକ୍ଷେପ ଫସଲ ଉତ୍ପାଦନ, କୃଷି ଆୟ ବୃଦ୍ଧି କରିବା ସହ ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ସହାୟତା କରୁଛି । ପ୍ରାକୃତିକ କୃଷି ପ୍ରକଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ମାନ୍ୟବର ସାଂସଦ ଓ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ଲକ୍ଷ୍ୟକୁ ଆଧାର କରି, ନିକଟରେ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ ଅନୁଗୁଳର ଚାଷୀମାନଙ୍କ ପାଇଁ ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷଣ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। ଜିନ୍ଦଲ ଫାଉଣ୍ଡେସନର ଜଳଛାୟା ବିକାଶ ପ୍ରକଳ୍ପ ଏବଂ ଓ୍ୱାଡି ବିକାଶ କାର୍ଯ୍ୟକ୍ରମ ଜାତୀୟସ୍ତରରେ ବହୁବାର ପୁରସ୍କୃତ ଓ ସମ୍ମାନିତ ହୋଇଛି।

ବରିଷ୍ଠ ନାଗରିକମାନଙ୍କ ଜୀବନ ମାନରେ ଉନ୍ନତି ଆଣିବା ପାଇଁ ଜିନ୍ଦଲ ଫାଉଣ୍ଡେସନ ମାଧ୍ୟମରେ ଜେଏସପି ର ପଦକ୍ଷେପ “ବରିଷ୍ଠ ନାଗରିକଙ୍କ କଲ୍ୟାଣ” ବର୍ଗରେ ପୁରସ୍କୃତ ହୋଇଛି। ଭ୍ରାମ୍ୟମାଣ କ୍ଲିନିକ, ଦିବା ଯତ୍ନ କେନ୍ଦ୍ର, ଗୃହ ପରିଦର୍ଶନ, ମାନସିକ ସ୍ୱାସ୍ଥ୍ୟ ସହାୟତା ଭଳି ଅନେକ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ଯତ୍ନ କାର୍ଯ୍ୟକ୍ରମ ହଜାର ହଜାର ବରିଷ୍ଠ ନାଗରିକଙ୍କ ପାଖରେ ପହଞ୍ଚିଛି। ଏହି କାର୍ଯ୍ୟକ୍ରମ ଦ୍ୱାରା ବରିଷ୍ଠ ନାଗରିକଙ୍କ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ସେମାନଙ୍କ ଏକଲାପଣର ଅସହାୟତାକୁ ଦୂର କରାଯାଇପାରିଛି। ଅସହାୟ ବରିଷ୍ଠ ନାଗରିକ ମାନଙ୍କ ସହାୟତା ପାଇଁ ଜିନ୍ଦଲ ଫାଉଣ୍ଡେସନ ବିଭିନ୍ନ ଏନଜିଓ ମାନଙ୍କ ସହିତ କାର୍ଯ୍ୟ କରୁଛି ଏବଂ ସୁସ୍ଥ ବାର୍ଦ୍ଧକ୍ୟରେ ସାହାଯ୍ୟ କରିବା ପାଇଁ ଜିନ୍ଦଲ ଅପନାଘର ନିର୍ମାଣ କରୁଛି ।

Leave A Reply

Your email address will not be published.