ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଏରିଆନ ଛକ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଗୋଟିଏ ଓମିନି ଗାଡିକୁ ଧକ୍କା ଦେଇଛି ହାଇୱା ।ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, କମଣ୍ଡସ୍ଥିତ ଷ୍ଟିଲ ପ୍ଲାଣ୍ଟରେ କାର୍ଯ୍ୟରତ ଡିଜେ ସ୍କ୍ରIପ ନାମକ ଠିକାସଂସ୍ଥାର କର୍ମଚାରୀମାନେ କୋଇଡ଼ାରୁ ଏକ ଓମିନି ଗାଡି ନମ୍ବର ଜେଏଚ୍ ୦୫ ବିୟୁ ୩୪୧୬ ଯୋଗେ କମଣ୍ଡ ଷ୍ଟିଲ୍ ପ୍ଲାଣ୍ଟ୍ ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଓଡି୧୯ କ୍ୟୁ ୦୯୭୮ନମ୍ବର ହାଇଓ୍ବା ଗାଡ଼ି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଓମିନି ଚାଳକ ଅଭିମନ୍ୟୁ କୁମାର ଓ ସାଜନ କୁମାରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।
ଖବର ପାଇ କୋଇଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ୪ ଜଣ ଗୁରୁତର ଆହତ ରାହୁଲ କୁମାର ଶର୍ମା (୩୪), ଅର୍ଜୁନ କୁମାର ଯାଦବ (୩୨), ଶ୍ରୀକାନ୍ତ କୁମାର (୩୨), ସଞ୍ଜୟ ପ୍ରସାଦ (୨୯)ଙ୍କୁ ଉଦ୍ଧାର କରି କୋଇଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ସମସ୍ତ ଗୁରୁତର ଏବଂ ମୃତକମାନେ ବଡ଼ବିଲ, ବିହାର, ଝାଡ଼ଖଣ୍ଡ ଏବଂ ଉତ୍ତରପ୍ରଦେଶର ବାସିନ୍ଦା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ଅଛି। ଘଟଣାସ୍ଥଳରେ କୋଇଡ଼ା ପୋଲିସ ତଦନ୍ତ ଆରମ୍ଭ କରିଛି। ଖୁବ୍ଶୀଘ୍ର ଡ୍ରାଇଭର ଧରାପଡ଼ିବ ବୋଲି କୋଇଡ଼ା ଥାନା ଅଧିକାରୀ ଜ୍ୟୋତିରଞ୍ଜନ ପତି ପ୍ରକାଶ କରିଛନ୍ତି।