ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ସମସ୍ତ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଳିବ ଟଙ୍କା

0

ଭୁବନେଶ୍ଵର: ମନମୋହନ କହିଛନ୍ତି, କ୍ଷୁଦ୍ର ଜମାକାରୀ ହୁଅନ୍ତୁ କିମ୍ବା ବଡ଼ ଜମାକାରୀ ସମସ୍ତଙ୍କୁ ଟଙ୍କା ମିଳିବ। ମନରେ କୌଣସି ଦ୍ୱନ୍ଦ୍ୱ ରହିବା ଉଚିତ୍‌ ନୁହେଁ, ସମସ୍ତ କ୍ଷତିଗ୍ରସ୍ତ ଟଙ୍କା ପାଇବେ। ୧୦ ହଜାର ହେଉ କିମ୍ବା ୧୦ ଲକ୍ଷ ସମସ୍ତେ ଟଙ୍କା ଫେରସ୍ତ ପାଇବେ। ସାମାନ୍ୟ ପ୍ରମାଣ ଦେଖାଇଲେ ଟଙ୍କା ଫେରସ୍ତ କରାଯିବ। ବର୍ଷେ ଭିତରେ ୧ ଲକ୍ଷ ୨୬ ହଜାର ୧୩୭ ଯୋଗ୍ୟ ଜମାକାରୀଙ୍କୁ ଟଙ୍କା ଫେରସ୍ତ ହୋଇଛି। ଆଉ ୩/୪ ମାସରେ ୫ ଲକ୍ଷ ଯୋଗ୍ୟ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମନମୋହନ। ଏନେଇ ତାଲିକା ସଂପୂର୍ଣ୍ଣ ହୋଇଛି, ସେହି ଅନୁସାରେ ଟଙ୍କା ଫେରସ୍ତ କରାଯିବ। ଏହା ଏକ ନିୟମିତ ପ୍ରକ୍ରିୟା; ଆଉ ତାଲିକା ଆସିଲେ ପର୍ଯ୍ୟାୟ କ୍ରମେ ଟଙ୍କା ଦେବୁ ବୋଲି ମନମୋହନ କହିଛନ୍ତି।
ତେବେ ଗତକାଲି ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ଆଶ୍ଵସ୍ତି ଦେଇଥିଲେ। ଆସନ୍ତା ୩-୪ ମାସ ମଧ୍ୟରେ, ଆଉ ୫ ଲକ୍ଷ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ୩ ରୁ ୪ ମାସ ଭିତରେ ଚିଟ୍‌ଫଣ୍ଡ ଜମାକାରୀ ତାଙ୍କ ଟଙ୍କା ଫେରିପାଇବେ।
ତେବେ ଗତ ଗୋଟିଏ ବର୍ଷ ମଧ୍ୟରେ ୧,୨୬,୧୩୭ ଜମାକାରୀଙ୍କୁ ୪୭.୦୭ କୋଟି ଟଙ୍କା ଫେରସ୍ତ ହୋଇଛି । ୨୦୧୪ରୁ ୨୦୨୪ ମସିହା ଦୀର୍ଘ ୧୦ ବର୍ଷ ମଧ୍ୟରେ କେବଳ ୨,୭୯,୧୦୯ ଜଣ କ୍ଷୁଦ୍ର ଜମାକାରୀଙ୍କୁ ମାତ୍ର ୧୧୯ କୋଟି ଟଙ୍କା ଫେରସ୍ତ କରାଯାଇଥିଲା । ଦୀର୍ଘ ଦିନ ଧରି ଚିଟଫଣ୍ଡ ଜମାକାରୀ ଟଙ୍କା ଫେରିପାଇନାହାନ୍ତି । ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ସରକାରଙ୍କ ଉପରେ ଦୀର୍ଘଦିନ ଧରି ଚାପ ପଡ଼ିଥିଲା । ସି-ସୋର, ଅର୍ଥତତ୍ତ୍ୱ, ସାରଦା, ମାଇକ୍ରୋ ଫାଇନାନ୍ସ ଭଳି ରାଜ୍ୟରେ ୧୬୩ଟି ଚିଟ୍‌ଫଣ୍ଡ ସଂସ୍ଥା ପ୍ରାୟ ୬ଲକ୍ଷ ଜମାକାରୀଙ୍କଠାରୁ କୋଟିକୋଟି ଟଙ୍କା ଲୁଟି ନେଇଛନ୍ତି ।

ରିପୋର୍ଟ ଅନୁଯାୟୀ, ୨୦୦୯ରୁ ୨୦୧୪ ମସିହା ଭିତରେ ଚିଟ୍‌ଫଣ୍ଡ୍‌ ମହାଘୋଟାଲା ହୋଇଥିଲା । ଏଥିରେ ୪ହଜାର ୬ଶହ କୋଟିରୁ ଅଧିକ ଟଙ୍କାର ମହାଠକେଇ ହୋଇଛି । ୧୬୩ଟି ଚିଟ୍‌ଫଣ୍ଡ୍‌ ସଂସ୍ଥା ପ୍ରାୟ ୭ଲକ୍ଷ ୫୦ ହଜାର ଜମାକାରୀଙ୍କଠାରୁ କୋଟିକୋଟି ଟଙ୍କା ଲୁଟିଛନ୍ତି । ପ୍ରାୟ ୫ ଲକ୍ଷ କ୍ଷୁଦ୍ର ଜମାକାରୀ ତାଙ୍କ ଝାଳବୁହା ଟଙ୍କା ହରାଇଛନ୍ତି ।

ସମସ୍ତ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଳିବ ଟଙ୍କା: ମନମୋହନ ସାମଲ
ସମସ୍ତ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ଦିଆଯିବ ବୋଲି ଆଜି ଆଶ୍ଵସ୍ତି ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଛୋଟ ଜମାକାରୀ, ବଡ ଜମାକାରୀ କିଛି ନାହିଁ, ଯାହାଙ୍କ ପାଖରେ ଜମା କରିବାର ଛୋଟ ପ୍ରମାଣଟିଏ ବି ଥିବ ତାଙ୍କୁ ଟଙ୍କା ଫେରାଇ ଦିଆଯିବ । ଏନେଇ ପ୍ରେସ ମିଟ୍ କରି ସୂଚନା ଦେଇଛନ୍ତି ମନମୋହନ ।

ମନମୋହନ କହିଛନ୍ତି, କ୍ଷୁଦ୍ର ଜମାକାରୀ ହୁଅନ୍ତୁ କିମ୍ବା ବଡ଼ ଜମାକାରୀ ସମସ୍ତଙ୍କୁ ଟଙ୍କା ମିଳିବ । ମନରେ କୌଣସି ଦ୍ୱନ୍ଦ୍ୱ ରହିବା ଉଚିତ୍‌ ନୁହେଁ, ସମସ୍ତ କ୍ଷତିଗ୍ରସ୍ତ ଟଙ୍କା ପାଇବେ । ୧୦ ହଜାର ହେଉ କିମ୍ବା ୧୦ ଲକ୍ଷ ସମସ୍ତେ ଟଙ୍କା ଫେରସ୍ତ ପାଇବେ । ସାମାନ୍ୟ ପ୍ରମାଣ ଦେଖାଇଲେ ଟଙ୍କା ଫେରସ୍ତ କରାଯିବ । ବର୍ଷେ ଭିତରେ ୧ ଲକ୍ଷ ୨୬ ହଜାର ୧୩୭ ଯୋଗ୍ୟ ଜମାକାରୀଙ୍କୁ ଟଙ୍କା ଫେରସ୍ତ ହୋଇଛି । ଆଉ ୩/୪ ମାସରେ ୫ ଲକ୍ଷ ଯୋଗ୍ୟ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମନମୋହନ । ଏନେଇ ତାଲିକା ସଂପୂର୍ଣ୍ଣ ହୋଇଛି, ସେହି ଅନୁସାରେ ଟଙ୍କା ଫେରସ୍ତ କରାଯିବ । ଏହା ଏକ ନିୟମିତ ପ୍ରକ୍ରିୟା; ଆଉ ତାଲିକା ଆସିଲେ ପର୍ଯ୍ୟାୟ କ୍ରମେ ଟଙ୍କା ଦେବୁ ବୋଲି ମନମୋହନ କହିଛନ୍ତି ।
ତେବେ ଗତକାଲି ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ଆଶ୍ଵସ୍ତି ଦେଇଥିଲେ । ଆସନ୍ତା ୩-୪ ମାସ ମଧ୍ୟରେ, ଆଉ ୫ ଲକ୍ଷ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ୩ ରୁ ୪ ମାସ ଭିତରେ ଚିଟ୍‌ଫଣ୍ଡ ଜମାକାରୀ ତାଙ୍କ ଟଙ୍କା ଫେରିପାଇବେ।
ତେବେ ଗତ ଗୋଟିଏ ବର୍ଷ ମଧ୍ୟରେ ୧,୨୬,୧୩୭ ଜମାକାରୀଙ୍କୁ ୪୭.୦୭ କୋଟି ଟଙ୍କା ଫେରସ୍ତ ହୋଇଛି । ୨୦୧୪ରୁ ୨୦୨୪ ମସିହା ଦୀର୍ଘ ୧୦ ବର୍ଷ ମଧ୍ୟରେ କେବଳ ୨,୭୯,୧୦୯ ଜଣ କ୍ଷୁଦ୍ର ଜମାକାରୀଙ୍କୁ ମାତ୍ର ୧୧୯ କୋଟି ଟଙ୍କା ଫେରସ୍ତ କରାଯାଇଥିଲା । ଦୀର୍ଘ ଦିନ ଧରି ଚିଟଫଣ୍ଡ ଜମାକାରୀ ଟଙ୍କା ଫେରିପାଇନାହାନ୍ତି । ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ସରକାରଙ୍କ ଉପରେ ଦୀର୍ଘଦିନ ଧରି ଚାପ ପଡ଼ିଥିଲା । ସି-ସୋର, ଅର୍ଥତତ୍ତ୍ୱ, ସାରଦା, ମାଇକ୍ରୋ ଫାଇନାନ୍ସ ଭଳି ରାଜ୍ୟରେ ୧୬୩ଟି ଚିଟ୍‌ଫଣ୍ଡ ସଂସ୍ଥା ପ୍ରାୟ ୬ଲକ୍ଷ ଜମାକାରୀଙ୍କଠାରୁ କୋଟିକୋଟି ଟଙ୍କା ଲୁଟି ନେଇଛନ୍ତି ।

ରିପୋର୍ଟ ଅନୁଯାୟୀ, ୨୦୦୯ରୁ ୨୦୧୪ ମସିହା ଭିତରେ ଚିଟ୍‌ଫଣ୍ଡ୍‌ ମହାଘୋଟାଲା ହୋଇଥିଲା । ଏଥିରେ ୪ହଜାର ୬ଶହ କୋଟିରୁ ଅଧିକ ଟଙ୍କାର ମହାଠକେଇ ହୋଇଛି । ୧୬୩ଟି ଚିଟ୍‌ଫଣ୍ଡ୍‌ ସଂସ୍ଥା ପ୍ରାୟ ୭ଲକ୍ଷ ୫୦ ହଜାର ଜମାକାରୀଙ୍କଠାରୁ କୋଟିକୋଟି ଟଙ୍କା ଲୁଟିଛନ୍ତି । ପ୍ରାୟ ୫ ଲକ୍ଷ କ୍ଷୁଦ୍ର ଜମାକାରୀ ତାଙ୍କ ଝାଳବୁହା ଟଙ୍କା ହରାଇଛନ୍ତି ।

Leave A Reply

Your email address will not be published.