ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ମିଳିତ ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ ସୋଆ ଏବଂ ଇଗ୍‌ନୁ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

0

ଭୁବନେଶ୍ୱର: କୃଷି ବିଜ୍ଞାନ କ୍ଷେତ୍ରରେ ମିଳିତ ଭାବରେ ଦୂରଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ୭ଟି ଶିକ୍ଷା କାର୍ଯ୍ୟକ୍ରମ ପ୍ରବର୍ତନ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଇନ୍ଦିରା ଗାନ୍ଧି ନ୍ୟାସ୍‌ନାଲ୍ ଓପନ୍ ୟୁନିଭର୍ସିଟି (ଇଗ୍‌ନୁ) ମଧ୍ୟରେ ଏକ ବୁଝମଣା ସ୍ୱାକ୍ଷରିତ ହୋଇଯାଇଛି। ସୋଆରେ ଇଗ୍‌ନୁ ପକ୍ଷରୁ ଏକ ଲର୍ଣ୍ଣର ସପୋର୍ଟ ସେଂଟର (ଏଲ୍‌ଏସ୍‌ସି) ଆରମ୍ଭ କରାଯାଇ ଏହି ଶିକ୍ଷା କାର୍ଯ୍ୟକ୍ରମ ସମ୍ପାଦନ କରାଯିବ ବୋଲି ବୁଝାମଣାରେ ଦର୍ଶାଯାଇଛି। ସମାଜରେ ଶିକ୍ଷାର ସୁଯୋଗକୁ ବିସ୍ତୃତ କରିବା ଲକ୍ଷ୍ୟରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି।

ବୁଝାମଣା ଅନୁଯାୟୀ ଏହି ଏଲ୍‌ଏସ୍‌ସି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ରେ ଆରମ୍ଭ କରାଯିବାର ଯୋଜନା ରହିଥିବା ବେଳେ ପ୍ରାଥମିକ ସ୍ତରରେ ଅର୍ଗାନିକ ଫାର୍ମିଂ, ବି କିପିଙ୍ଗ୍ ଓ ପୋଲ୍‌ଟ୍ରି ଫାର୍ମିଂରେ ସାର୍ଟିଫିକେଟ ପ୍ରୋଗ୍ରାମ ପ୍ରଦାନ କରାଯିବ । ସେହିପରି ହର୍ଟିକଲ୍‌ଚର୍ ଏବଂ ଡାଇରୀ ଟେକ୍ନୋଲଜିରେ ଡିପ୍ଲୋମା ପ୍ରୋଗ୍ରାମ୍ ଏବଂ ଏଗ୍ରିବିଜିନେସ ଓ ଏଗ୍ରିକଲ୍‌ଚରାଲ୍ ପଲିସିରେ ପୋଷ୍ଟ ଗ୍ରାଜୁଏଟ୍ ସାର୍ଟିଫିକେଟରେ ପାଠ୍ୟକ୍ରମ ରହିବ। ଆଗାମୀ ଦିନରେ ଏହି ପାଠ୍ୟକ୍ରମଗୁଡ଼ିକ ବୃଦ୍ଧି ପାଇବାର ଯୋଜନା ରହିଛି।
ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଇଗ୍‌ନୁର ନିର୍ଦ୍ଦେଶକ (ଆର୍‌ଏସ୍‌ଡି) ଡକ୍ଟର ମନୋରମା ସିଂ ବୁଝାମଣାରେ ସ୍ୱାକ୍ଷର କରିଥିଲେ। ବୁଝାମଣା ଅନୁଯାୟୀ ସୋଆ ପକ୍ଷରୁ ଏହି କାର୍ଯ୍ୟକ୍ରମ ନିମନ୍ତେ ସ୍ଥାନ, କ୍ଲାସ ରୁମ୍‌, ଲାବୋରେଟୋରୀ ଏବଂ କମ୍ପ୍ୟୁଟର ସୁବିଧା ପ୍ରଦାନ କରାଯିବ। ସେହିପରି ଇଗ୍‌ନୁ ଶିକ୍ଷାର୍ଥୀମାନଙ୍କୁ ସୋଆରେ ଲାଇବ୍ରେରୀର ସୁବିଧା ମଧ୍ୟ ପ୍ରଦାନ କରାଯିବା ସହ ଆବଶ୍ୟକୀୟ ସରଞ୍ଜାମ ଏବଂ କମ୍ପ୍ୟୁଟର, ପ୍ରିଂଟର, ସ୍କାନର ଏବଂ ଇନ୍‌ଟରନେଟ ସୁବିଧା ପ୍ରଦାନ କରାଯିବ।

ଏହି ଅବସରରେ ଏଠାରେ ଗୁରୁବାର ସୋଆର କୁଳପତି ପ୍ରଫେସର ନନ୍ଦ ଏବଂ ଇଗ୍‌ନୁର ଭୁବନେଶ୍ୱର ସ୍ଥିତ ଆଂଚଳିକ କେନ୍ଦ୍ରର ଯୁଗ୍ନ ନିର୍ଦ୍ଦେଶକ ଡକ୍ଟର ସନ୍ତୋଷ କୁମାର ପାଣିଗ୍ରାହୀ ସ୍ୱାକ୍ଷରିତ ବୁଝାମଣା ପତ୍ର ଆଦାନ ପ୍ରଦାନ କରିଥିଲେ। ଏହି ଅବସରରେ ଇଗ୍‌ନୁର ଭୁବନେଶ୍ୱର ସ୍ଥିତ ଆଂଚଳିକ କେନ୍ଦ୍ରର ଉପନିର୍ଦ୍ଦେଶକ ଡକ୍ଟର ବିମଳ ଚନ୍ଦ୍ର ନନ୍ଦ ଏବଂ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.