ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ
ଡିସିପି ଅଫିସରେ ଆତ୍ମସମର୍ପଣ ପରେ ଗିରଫ ହେଲେ ଜଗନ୍ନାଥ ପ୍ରଧାନ
ଦେବାଶିଷ ସିଂହ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ
ସ୍କୁଲ ଗ୍ରେଡିଂ ସିଷ୍ଟମ: ଜାତୀୟ ସ୍ତରରେ ୫ମ ସ୍ଥାନରେ ଓଡ଼ିଶା
ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ଵସ୍ତି
ଆସନ୍ତା ୬ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
କଟକ: ଡ୍ୟୁଟି ସାରି ଫେରିବା ବେଳେ ମହିଳା ହୋମ୍‌ଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ୍

କାର୍ଯ୍ୟରେ ଯୋଗ ଦେଲେ ଓଏଏସ ଅଧିକାରୀ

0

ଭୁବନେଶ୍ବର: ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାରେ ବିଜେପି ନେତା ଜଗା ପ୍ରଧାନ ଗିରଫ ହେବା ପରେ, ଏବେ ସ୍ଥିତି ପୁଣି ପୂର୍ବ ଅବସ୍ଥାକୁ ଫେରୁଛି। ଓଏଏସ ସଂଘ ଆନ୍ଦୋଳନରୁ ଓହରିଥିବା ବେଳେ ଆଜି କାର୍ଯ୍ୟକୁ ଫେରିଛନ୍ତି ଓଏଏସ ଅଧିକାରୀ। ବିଏମସି ଅଫିସ ସହ ରାଜ୍ୟର ବିଭିନ୍ନ ଅଫିସରେ କାର୍ଯ୍ୟରତ ଥିବା ଓଏଏସ ଅଧିକାରୀ ତାଙ୍କ କାର୍ଯ୍ୟକୁ ଫେରିଛନ୍ତି । ଯାହା ଫଳରେ ସ୍ବାଭାବିକ ହୋଇଛି କାର୍ଯ୍ୟ।
ସୋମବାର ବିଏମସି ଅଫିସ୍ ଭିତରେ ଜନଶୁଣାଣି ଚାଲିଥିବା ବେଳେ ୬ରୁ ୭ ଜଣ ଯୁବକ ଅତି ଅମାନୁଷିକ ଭାବେ ଅତିରିକ୍ତ କମିଶନରଙ୍କୁ ପିଟିଥିଲେ। ତାଙ୍କୁ ତଳେ ପକାଇ ଘୋଷାଡ଼ି ଘୋଷାଡ଼ି ନେବା ସହ ବିଧା ଗୋଇଠା ମାରିବାକୁ ପଛାଇନଥିଲେ। ଏହି ଘଟଣା ପରେ ଥାନାରେ ଏତଲା ଦେଇଥିଲେ ଆକ୍ରମଣର ଶିକାର ହୋଇଥିବା ଅତିରିକ୍ତ କମିଶନର ରତ୍ନାକର ସାହୁ। ଏହାପରେ ତେଜିଥିଲା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ଦାବି। ଏନେଇ ଓଏଏସ ସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଡାକରା ଦେଇଥିବା ବେଳେ ଠପ୍ ହୋଇଥିଲା ଅଫିସ୍ କାର୍ଯ୍ୟ ।

ଯାହାପରେ ଗତକାଲି ବିଏମସି କାର୍ଯ୍ୟାଳୟର ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ନିଜେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଆତ୍ମସମର୍ପଣ କରିବାରୁ ତାଙ୍କ କମିଶନରେଟ ପୋଲିସ୍ ଗିରଫ କରିଛି । ତାଙ୍କ ନାଁରେ ୧୨୧(୨) ଧାରା ଭଳି ସଙ୍ଗୀନ ଧାରା ଲଗାଇ ତାଙ୍କୁ ଗିରଫ କରିଛି ପୋଲିସ୍ । ତେବେ ତାଙ୍କ ଓକିଲ ଜାମିନ୍ ଆବେଦନ କରିଥିବା ବେଳେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଜାମିନ ଆବେଦନକୁ JMFC କୋର୍ଟ ଖାରଜ କରିଦେଇଥିଲେ । ଫଳରେ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇଦିଆଯାଇଛି। ଏବେ ସିଏ ଝାଡପଡା ଜେଲରେ ଅଛନ୍ତି । FIR, ପୀଡ଼ିତଙ୍କ ବୟାନ ଓ ପ୍ରାଥମିକ ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି। ଜଗାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଦଫା ୧୨୧ (୧), ୧୨୧ (୨), ୧୩୨, ୧୮୯(୨), ୧୯୦, ୩(୫), ୩୦୪/ ୩୩୩, ୩୫୧(୨), ୫୪/୬୧(୨) ଏବଂ ଦଫା ୬୨ ଲାଗିଛି ।

ତେବେ ଏହାକୁ ନେଇ ପୁନର୍ବାର ସେସନ୍ସ କୋର୍ଟରେ ଜାମିନ ଆବେଦନ କରାଯିବ ବୋଲି ଜଗାଙ୍କ ଓକିଲ କହିଛନ୍ତି। ପୂର୍ବରୁ ଏହି ଘଟଣାରେ ୫ ଜଣ ଗିରଫ ହୋଇଥିଲେ। ସେମାନଙ୍କ ମଧ୍ୟରେ ବିଜେପି କର୍ପୋରେଟର ଜୀବନ ରାଉତ, ରଶ୍ମି ମହାପାତ୍ର ଏବଂ ଦେବାଶିଷ ପ୍ରଧାନ ପ୍ରମୁଖ ରହିଥିଲେ ।ତେବେ ପୋଲିସ ଜଗନ୍ନାଥଙ୍କ ଗିରଫଦାରି ପରେ କାର୍ଯ୍ୟବନ୍ଦ ରଖିଥିବା ଓଏଏସ ସଂଘ ଆନ୍ଦୋଳନକୁ ପ୍ରତ୍ୟାହାର କରିନେଇଛି। ଓଏଏସ୍ ସଂଘର ସଭାପତି ଜ୍ୟୋତିରଂଜନ ମିଶ୍ର କହିଛନ୍ତି, ଆମେ ଦୁଇ-ତିନି ଦିନ ସାମୟିକ ଛୁଟିରେ ଥିଲୁ । ଆମେ ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଥିଲୁ। ଆଗାମୀ ଦିନରେ ମଧ୍ୟ ସୂଚାରୁ ରୂପେ ସେବା ଯୋଗାଇ ଦେବୁ। ଶୁକ୍ରବାର ଠାରୁ ସଂଘର କର୍ମଚାରୀମାନେ ନିଜନିଜ କାର୍ଯ୍ୟରେ ଯୋଗ ଦେବେ।

Leave A Reply

Your email address will not be published.