ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଜନ୍ମବେଦୀରେ ଶ୍ରୀଜିଉଙ୍କ ଶୃଙ୍ଖଳିତ ଦର୍ଶନର ତଦାରଖ କଲେ ପୋଲିସ ଡିଜି

0

ପୁରୀ: ଗୁଣ୍ଡିଚା ମନ୍ଦିରରେ ପୋଲିସ ଡିଜି ୱାଇ ବି ଖୁରାନିଆ। ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଉପସ୍ଥିତ ରହି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ନିରୀକ୍ଷଣ କରୁଛନ୍ତି। ପୋଲିସ ଡିଜିଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି।

ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସେ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡ଼ା ଯାତ୍ରା ଥିବାରୁ ସେନେଇ ମଧ୍ୟ ଅନୁଧ୍ୟାନ କରିଛନ୍ତି। ଗୁଣ୍ଡିଚା ମନ୍ଦିର ଭିତରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଏବଂ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଦଳାଚକଟା ଘଟଣା ପରେ ସମସ୍ତ ସ୍ଥିତିକୁ ନେଇ ଆଗୁଆ ସତର୍କ ରହିଛନ୍ତି ପୋଲିସ ଓ ପ୍ରଶାସନ ।
ସୂଚନାଥାଉକି, ବାହୁଡ଼ା ପାଇଁ ଆଜି ସନ୍ଧ୍ୟା ୬ ଟା ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାରରେ ସର୍ବସାଧାରଣ ପ୍ରବେଶ ବନ୍ଦ ରହିବ। ନିର୍ଦ୍ଧାରିତ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଶୋଧ ଅନୁଷ୍ଠିତ ହେବା ପରେ ଶ୍ରୀଜୀଉଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ପାଦନ କରାଯିବ।
ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରିଛି ଯେ, ବାହୁଡ଼ା ଯାତ୍ରା ଦିନ ରଥାରୂଢ଼ ଶ୍ରୀବିଗ୍ରହମାଙ୍କୁ ଦର୍ଶନ କରି ସୌଭାଗ୍ୟ ଲାଭ କରିପାରିବେ। ତେଣୁ ସନ୍ଧ୍ୟା ଦର୍ଶନ ସମୟରେ ଏହି ବ୍ୟବସ୍ଥାକୁ ମହାପ୍ରଭୁଙ୍କ ସେବାରେ ସମର୍ପଣ ମନେକରି ସମସ୍ତେ ସହଯୋଗ କରନ୍ତୁ। ଏହି ନିର୍ଦ୍ଦେଶ ଶ୍ରୀଜଗନ୍ନାଥଙ୍କ ପାରମ୍ପରିକ ନୀତି ଓ ବାହୁଡ଼ା ଯାତ୍ରାର ପବିତ୍ରତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଏହି ବ୍ୟବସ୍ଥାରେ ସମସ୍ତଙ୍କ ସହଯୋଗ କାମନା କରିଛି।

Leave A Reply

Your email address will not be published.