ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଖୁବଶୀଘ୍ର ନିଲାମ ହେବ ରାଜ୍ୟର ଆଉ ୨୨ଟି ଖଣି

0

ଭୁବନେଶ୍ବର: ଖୁବଶୀଘ୍ର ନିଲାମ ହେବ ରାଜ୍ୟର ଆଉ ୨୨ଟି ଖଣି। ସୂଚନା ଦେଲେ ରାଜ୍ୟ ଖଣି ମନ୍ତ୍ରୀ ବିଭୂତି ଜେନା। ଖଣି ନିଲାମ ନେଇ ଶେଷ ପର୍ଯ୍ୟାୟରେ ଚାଲିଛି ପ୍ରସ୍ତୁତି। ଖଣି ନିଲାମ ଦ୍ୱାରା ରାଜ୍ୟର ରାଜସ୍ୱ ବଢିବ। ବର୍ଷେ ମଧ୍ୟରେ ୮ଟି ଖଣି ଅକ୍ସନ ହୋଇଛି। ଖଣି ପାଇଁ ଶିଳ୍ପ ଆସିଲେ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ।

ମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ଦୀର୍ଘ ଦିନ ଧରି ଖଣି ଅକ୍ସନ କରୁନଥିଲେ। ଯାହା ରାଜ୍ୟର ଅର୍ଥନୈତିକ ବିକାଶକୁ ବାଧାପ୍ରାପ୍ତ କରିଥିଲା। ଆମେ ଏହି ଦିଗରେ ଦ୍ରୁତ ପଦକ୍ଷେପ ନେଉଛୁ। ଖଣି ନିଲାମ ଦ୍ୱାରା ରାଜ୍ୟର ରାଜସ୍ୱ ବଢିବ। ତାହା ସହ ଶିଳ୍ପ ଆସିବା ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ସେ ଦିଗକୁ ପ୍ରାଧାନ୍ୟ ଦେଇ ଖଣି ବିଭାଗ କାମ କରୁଛି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ଖଣି ନିଲାମ ମାଧ୍ୟମରେ ରାଜ୍ୟର ରାଜସ୍ୱ ବୃଦ୍ଧି ପାଇବ, ଯାହା ବିକାଶମୂଳକ କାର୍ଯ୍ୟ ପାଇଁ ବ୍ୟବହୃତ ହେବ। ଏହା ସହିତ ଶିଳ୍ପ ଆସିଲେ ସ୍ଥାନୀୟ ଯୁବକ-ଯୁବତୀଙ୍କ ପାଇଁ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ତ୍ୱରାନ୍ୱିତ ହେବ।” ଓଡ଼ିଶାର ଖଣିଜ ସମ୍ପଦ ଦେଶରେ ଅନ୍ୟତମ ସମୃଦ୍ଧ ଭାବେ ପରିଚିତ। ଏହି ୨୨ଟି ଖଣି ନିଲାମ ହେବା ଦ୍ୱାରା ରାଜ୍ୟରେ ଖଣିଜ ଉତ୍ପାଦନ ବୃଦ୍ଧି ପାଇବ ଏବଂ ଅର୍ଥନୈତିକ ଗତିଶୀଳତା ଆସିବ। ତେବେ, ଏହି ନିଲାମ ପ୍ରକ୍ରିୟା ସ୍ୱଚ୍ଛ ଏବଂ ନିୟମାନୁସାରେ ହେବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.