ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଗିରଫ ହେଲେ କୋଟିପତି ଡିଏଫଓ ନିତ୍ୟାନନ୍ଦ ନାୟକ

0

କେନ୍ଦୁଝର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା କେନ୍ଦୁପତ୍ର ଡିଭିଜନର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କୁ ମଙ୍ଗଳବାର ଗିରଫ କରିଛି ଭିଜିଲାନ୍ସ। ଗିରଫ ପରେ ତାଙ୍କୁ କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି। ୩ ଦିନ ହେବ ନିତ୍ୟାନନ୍ଦଙ୍କ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ଭିଜିଲାନ୍ସ ଟିମ। ୮ ଲକ୍ଷ ୫୦ ହଜାର ଟଙ୍କା ସହ ସରକାରୀ କ୍ବାର୍ଟର୍ସରୁ ମିଳିଛି ଗୋଟିଏ ବନ୍ଧୁକ ମିଳିଥିଲା। ତାଙ୍କ କ୍ବାର୍ଟର୍ସରୁ ଜବତ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିଲା।

ସୂଚନାଯୋଗ୍ୟ,ଗତ ରବିବାର ଦିନ କେନ୍ଦୁଝର ଜିଲା କେନ୍ଦୁପତ୍ର ଡିଭିଜନର ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ନିତ୍ୟାନନ୍ଦ ନାୟକଙ୍କ ଘରେ ଭିଜିଲାନ୍ସ ଯେତେ ଯାଞ୍ଚ କରୁଥିଲା ସେତେ ସମ୍ପତ୍ତି ଠାବ ହେଉଥିଲା। ଗତ ରବିବାର ଶ୍ରୀ ନାୟକଙ୍କ ଅନୁଗୋଳ ସ୍ଥିତ ଘର ସମେତ ମୋଟ ୭ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଗତକାଲି ମଧ୍ୟ ଚଢ଼ାଉ ଜାରି ରହିଥିଲା। ଏହି ଚଢ଼ାଉ ବେଳେ ତାଙ୍କର ବହୁ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ, ଯାହା ତାଙ୍କ ଆୟ ତୁଳନାରେ ବେଶ୍ ଅଧିକ। ଶ୍ରୀ ନାୟକଙ୍କ ସମ୍ପତ୍ତି ମଧ୍ୟରେ ରହିଛି ୧୧୫ଟି ପ୍ଲଟ। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ରହିଛି ଏହିସବୁ ପ୍ଲଟ୍‌। ଏହି ୧୧୫ଟି ପ୍ଲଟ୍ ମଧ୍ୟରୁ ୫୩ଟି ଶ୍ରୀ ନାୟକଙ୍କ ନାଁରେ ଥିବା ବେଳେ ୪୨ଟି ତାଙ୍କ ପତ୍ନୀଙ୍କ ନାଁରେ, ୧୬ଟି ତାଙ୍କ ଦୁଇ ପୁଅଙ୍କ ନାଁରେ ଓ ୪ଟି ପ୍ଳଟ୍ ତାଙ୍କ ଝିଅଙ୍କ ନାଁରେ ରହିଛି।

ଶ୍ରୀ ନାୟକ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ମିଶି ୧୧୫ଟି ପ୍ଲଟ୍ ଥିବା ବେଳେ ସରକାରଙ୍କୁ ଦେଇଥିବା ସମ୍ପତ୍ତି ତାଲିକାରେ ସେ ମାତ୍ର ୧୨ଟି ପ୍ଲଟ୍ ଥିବା ଉଲ୍ଲେଖ କରିଥିଲେ। ନିତ୍ୟାନନ୍ଦ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ୯ଟି ବ୍ୟାଙ୍କ ଆକାଉଣ୍ଟ ଥିବା ଜଣାପଡ଼ିଥିବାବେଳେ ଏସବୁଥିରେ ୫୦ଲକ୍ଷ ଟଙ୍କା ଜମା ରହିଛି। ଏଥିସହ ତାଙ୍କ ପାଖରୁ ଆହୁରି ଜମି ଦସ୍ତାବିଜ୍‌, ବ୍ୟାଙ୍କ ପାସବୁକ୍‌ ଓ ଜୀବନବୀମା ଜମା ଦସ୍ତାବିଜ୍‌ ଆଦି ଠାବ ହୋଇଥିବାବେଳେ ଏସବୁ ସମ୍ପର୍କରେ ଭିଜିଲାନ୍ସ ଟିମ୍‌ ଅଧିକ ଯାଞ୍ଚ ଚଳାଇଛି। ତେବେ ବଡ଼ କଥା ହେଲା, ନିତ୍ୟାନନ୍ଦ ସରକାରଙ୍କୁ ଦେଇଥିବା ସମ୍ପତ୍ତି ତାଲିକାରେ ମାତ୍ର ୧୨ଟି ପ୍ଲଟ ଥିବା ଦର୍ଶାଇଥିବା ବେଳେ ଅନ୍ୟ ପ୍ଲଟ ସମ୍ପର୍କିତ ତଥ୍ୟ ଲୁଚାଇଥିଲେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ତାଙ୍କ ଅଫିସ ଚାମ୍ବର ଓ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଯାଞ୍ଚ ହୋଇଥିଲା।

ଫାର୍ମ ହାଉସ୍‌ରେ ଥିବା ଆଉଟ୍ ହାଉସ୍‌ ଅନୁଗୋଳରେ ତାଙ୍କର ଏକ ୪ ମହଲା କୋଠା (୯୦୦୦ ବର୍ଗଫୁଟ୍‌) ଅଛି। ଛେଣ୍ଡିପଦାରେ ତାଙ୍କର ଏକ ଫାର୍ମ ହାଉସ୍ ଅଛି। ୧ ଏକର ୫୦ ଡିସିମିଲ ଅଞ୍ଚଳରେ ପରିବ୍ୟାପ୍ତ ଏହି ଫାର୍ମ ହାଉସରେ ଏକ ଆଉଟ୍‌ ହାଉସ୍ (୧୪୩୨ ବର୍ଗଫୁଟ), ଅନ୍ୟ ଏକ ଘର (ପ୍ରାୟ ୩୧୪ ବର୍ଗଫୁଟ), ଏକ ପୋଖରୀ, ଦୁଇଟି ବୋର ୱେଲ ଓ ଗୋଟିଏ କୂଅ ଅଛି। ସେହିପରି ସେଠାରେ ଶତାଧିକ ନଡ଼ିଆ, କଦଳୀ ଓ ଆମ୍ବ ଗଛ ଲାଗିଛି। ଚଢ଼ାଉ ବେଳେ ତାଙ୍କ ଘରୁ ମୂଲ୍ୟବାନ ଶାଗୁଆନ କାଠରେ ତିଆରି ମୂର୍ତ୍ତି ଓ ଆସବାବପତ୍ର ସହିତ ବନ୍ଧୁକ ଓ ଧନୁତର ଆଦି ମିଳିଥିଲା। ତେବେ ଏତେ ସମ୍ପତ୍ତି ସେ କେମିତି ଠୁଳ କଲେ, ସେ ନେଇ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଭିଜିଲାନ୍ସ ତାଙ୍କୁ ଆଜି ଗିରଫ କରି କେନ୍ଦୁଝରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରିଥିଲା।

Leave A Reply

Your email address will not be published.