ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ

0

କୋରାପୁଟ: କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟରେ ଜୁନିଅର କ୍ଲର୍କ ଭାବରେ କାର୍ଯ୍ୟରତ ସମ୍ବିତ ତ୍ରିପାଠିଙ୍କୁ ମଙ୍ଗଳବାର ଦିନ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି।

ସୂଚନା ଅନୁଯାୟୀ, ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ RACP/MACP ପାଇଁ ଫାଇଲ୍ ପ୍ରକ୍ରିୟାକରଣ ଓ ବକେୟା ଦରମା ଆଦାୟ ପାଇଁ ମୋଟ ୩୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ ସେ। ଯାହାର ପ୍ରଥମ କିସ୍ତି ଭାବରେ ସ ୧୫,୦୦୦ ଟଙ୍କା ନେଉଥିବା ସମୟରେ ଧରା ପଡ଼ିଛନ୍ତି।

ଶିକ୍ଷକ ଜଣକ କାର୍ଯ୍ୟରତ ଥିବା ସମୟରେ ୨୭ ଅକ୍ଟୋବର ୨୦୧୯ରେ ମୃତ୍ୟୁ ବରଣ କରିଥିଲେ। ମୃତ୍ୟୁ ପରେ ତାଙ୍କ ପତ୍ନୀ ଓ ପରିବାର ପେନସନ ଟଙ୍କାରେ ଚଳୁଥିଲେ। ୧୧ ଜୁନ୍ ୨୦୨୫ରେ ମୃତ ଶିକ୍ଷକଙ୍କ ସଂଶୋଧିତ ପେନସନ୍/ଗ୍ରାଚ୍ୟୁଇଟି ପାଇଁ ବିଇଓଙ୍କ କାର୍ଯ୍ୟାଳୟରେ ମଞ୍ଜୁରୀ ମିଳିବା ସତ୍ୱେ ମଧ୍ୟ ସମ୍ବିତ ତ୍ରିପାଠୀ ଫାଇଲ୍ ପ୍ରକ୍ରିୟାକରଣ କରିନଥିଲେ। ଏହାକୁ କରାଇବାକୁ ସେ ଲାଞ୍ଚ ମଧ୍ୟ ଦାବି କରିଥିଲେ।
ତେବେ ବୃଦ୍ଧା ମହିଳା ଓ ପରିବାର ଲୋକଙ୍କୁ ସେ ହଇରାଣ କରୁଥିବା ସୂଚନା ପାଇବା ପରେ ଭିଜିଲାନ୍ସ କର୍ତ୍ତୃପକ୍ଷ ଆଜି ତାଙ୍କୁ ଗିରଫ କରି ସମସ୍ତ ଲାଞ୍ଚ ଟଙ୍କା ଉଦ୍ଧାର କରିଛନ୍ତି।ଏହାପରେ ଆୟବର୍ହିଭୂତ ସମ୍ପତି ଥିବା ସନ୍ଦେହରେ ତାଙ୍କର ଦୁଇଟି ବାସ ସ୍ଥାନରେ ଏକକାଳୀନ ଭାବରେ ତଲାସ ଜାରି ରହିଛି।

Leave A Reply

Your email address will not be published.