ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ରାଜଧାନୀରେ ବଧୂହତ୍ୟା ଅଭି​‌ଯୋଗ, ସ୍ଵାମୀ ଗିରଫ

0

ଭୁବନେଶ୍ଵର: ରାଜଧାନୀରେ ଜଣେ ନବବିବାହିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ମୃତା ମହିଳାଙ୍କ ସ୍ଵାମୀଙ୍କୁ ଗିରଫ କରିଛି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଧୀରୁକୁଟି ସାହିରେ ଆଜି ଜଣେ ନବବିବାହିତାଙ୍କୁ ଶ୍ୱଶୁର ଘରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାଁ ତୃପ୍ତି ନାୟକ। ସେ ଭୁବନେଶ୍ୱରର ଅନ୍ଧାରୁଆ ଗାଁର ସୁବାଷ ନାୟକଙ୍କ ଝିଅ।

ତୃପ୍ତିଙ୍କ ପରିବାର ଅଭିଯୋଗ କରିଛନ୍ତି, ତାଙ୍କୁ ଶ୍ୱଶୁର ଘର ଲୋକେ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି। ପରେ ଏହାକୁ ଆତ୍ମହତ୍ୟା ବୋଲି ଦେଖାଇବାକୁ ଚେଷ୍ଟା କରିଛନ୍ତି। ପରିବାର କହିଛନ୍ତି, ଯୌତୁକ ଦାବି କାରଣରୁ ତୃପ୍ତିଙ୍କୁ ନିର୍ଯାତନା ଦିଆଯାଇଥିଲା। ପରିବାରର ଲିଖିତ ଅଭିଯୋଗ ଆଧାରରେ ମଞ୍ଚେଶ୍ୱର ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ତୃପ୍ତିଙ୍କ ସ୍ୱାମୀ ବିକ୍ରମ ନାୟକଙ୍କୁ ଗିରଫ କରାଯାଇଛି। ଶ୍ୱଶୁର ଘରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଜେରା ପାଇଁ ଅଟକ ରଖାଯାଇଛି।

ଏହି ଘଟଣା ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ୮୫ (ସ୍ୱାମୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କ ଦ୍ୱାରା ମହିଳାଙ୍କୁ ନିର୍ଯାତନା) ଓ ୧୦୩(୧) (ହତ୍ୟା) ଅନ୍ତର୍ଗତ ରୁଜୁ ହୋଇଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ସ୍ଥାନୀୟ ପୋଲିସ କହିଛି।

Leave A Reply

Your email address will not be published.