ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ଗିରଫ

0

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ଗିରଫ କରାଯାଇଛି। ପ୍ରମୋଦ କେନ୍ଦ୍ରାପଡ଼ା ଜିଲ୍ଲାର ବିଲିକାନା ପଞ୍ଚାୟତ ଅନ୍ତର୍ଗତ ତେରୋଇ ଗାଁର ବାସିନ୍ଦା। ପୋଲିସ ପ୍ରମୋଦଙ୍କ ମୋବାଇଲରୁ ପାଖାପାଖି ୫୦ଟି ଅଶ୍ଳୀଳ ଭିଡିଓ ଉଦ୍ଧାର କରିଛି। ତାଙ୍କୁ ପ୍ରଥମେ ଚେନ୍ନାଇରୁ ଅଟକ ରଖାଯାଇଥିଲା। ପରେ ଜେରା ପାଇଁ କେନ୍ଦ୍ରାପଡ଼ା ଆଣିଛି। ପ୍ରମୋଦଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ୨୯୬ (ଅଶ୍ଳୀଳ କାର୍ଯ୍ୟ), ୭୫ (ଯୌନ ନିର୍ଯାତନା), ୭୮ (ପିଛା କରିବା) ଓ ୧୦୮ (ଆତ୍ମହତ୍ୟା ପାଇଁ ପ୍ରରୋଚନା) ଏବଂ ଆଇଟି ଆଇନର ଧାରା ୬୬-ଇ ଓ ୬୭-ଏ ଅନ୍ତର୍ଗତ ମାମଲା ରୁଜୁ ହୋଇଛି।

ମୃତ ଛାତ୍ରୀ ଜଣେ ପଟ୍ଟାମୁଣ୍ଡାଇ କଲେଜର ପ୍ଲସ-ଥ୍ରୀ ଶେଷ ବର୍ଷର ଛାତ୍ରୀ ଥିଲେ। ଅଗଷ୍ଟ ୬ରେ ସେ ନିଜ ଘରେ କିରୋସିନ ଢାଳି ନିଜକୁ ନିଆଁ ଲଗାଇ ଦେଇଥିବା ଅଭିଯୋଗ ରହିଛି। ଗୁରୁତର ଭାବେ ପୋଡି ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ରହିଛି। ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି, ପ୍ରମୋଦ ତାଙ୍କ ଝିଅକୁ ମାସ ମାସ ଧରି ବ୍ଲାକମେଲ କରୁଥିଲେ। ସେ ତାଙ୍କର ବ୍ୟକ୍ତିଗତ ଫଟୋ ଓ ଭିଡିଓ ରଖି ଧମକ ଦେଉଥିଲା। ଏଥିଯୋଗୁଁ ଛାତ୍ରୀ ମାନସିକ ଚାପରେ ଥିଲେ। ଅଭିଯୋଗ ଆଧାରରେ ପୋଲିସ ପ୍ରମୋଦଙ୍କୁ ଖୋଜିବା ଆରମ୍ଭ କରିଥିଲା। ସେ ଚେନ୍ନାଇରେ ଲୁଚି ଥିବା ଜାଣିବା ପରେ ଏକ ସ୍ୱତନ୍ତ୍ର ଟିମ ତାଙ୍କୁ ଗିରଫ କରି କେନ୍ଦ୍ରାପଡ଼ା ଆଣିଛି। ଘଟଣାର ତଦନ୍ତ ଜାରି ରହିଛି।

Leave A Reply

Your email address will not be published.