ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

0

ପିଉସା ସମେତ ୫ ଅଟକ

କେନ୍ଦ୍ରାପଡା: ରାକ୍ଷୀ ପୂର୍ଣ୍ଣିମାରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ରାଜନଗର ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ରାକ୍ଷୀ ପୂର୍ଣ୍ଣିମା ଦିନ ପିଉସା ଘରକୁ ଆସିଥିଲେ ଛାତ୍ରୀ। ଏହି ସମୟରେ ଟେକି ନେଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବା ସୂଚନା ଦେଲେ ରାଜନଗର ଆଇଆଇସି। ଏହାପରେ ପିଉସାଙ୍କ ସମେତ ୫ ଜଣଙ୍କୁ ଉଠାଇନେଲା ପୋଲିସ।

ନାବାଳିକାଙ୍କ ପରିବାର ପକ୍ଷରୁ ରାଜନଗର ଥାନାରେ କରାଯାଇଥିବା ଅଭିଯୋଗ ଅନୁସାରେ, ଗତ ରାକ୍ଷୀ ପୂର୍ଣ୍ଣିମା ଦିନ କେନ୍ଦ୍ରାପଡା ରାଜନଗର ଥାନା ଅଞ୍ଚଳରେ ଏହି ସମ୍ବେଦନଶୀଳ ଘଟଣା ଘଟିଛି। ଗତ ରାକ୍ଷୀ ପୂର୍ଣ୍ଣିମା ଦିନ ଖୁଦୁରୁକୁଣୀ ଓଷା ପାଇଁ ମୂର୍ତ୍ତି ପାଇଁ ନାବାଳିକା ଜଣଙ୍କ ତାଙ୍କ ଭାଇ, ମାମୁଁ ଓ ବାପାଙ୍କ ସହ ବଜାରକୁ ଯାଇଥିଲା। ସେଠାରେ ନାବାଳିକାଙ୍କ ପିଉସା ତାଙ୍କୁ ଥଣ୍ଡା ପିଆଇବାକୁ ଡାକିଥିଲେ। ନାବାଳିକା ଜଣଙ୍କ ଥଣ୍ଡା ପିଇବା ପାଇଁ ପିଉସାଙ୍କ ସହିତ ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ଏକ ଦୋକାନକୁ ଯାଇଥିଲେ। ସେଠାରୁ ଫେରିବା ବାଟରେ ନାବାଳିକା ଛାତ୍ରୀଙ୍କୁ ତାଙ୍କ ପିଉସା ଦୁଷ୍କର୍ମ କରିଥିଲେ ଓ ଅନ୍ୟ ୪ ଜଣ ମଧ୍ୟ ଏଥିରେ ସମ୍ପୃକ୍ତ ଥିଲେ।

Leave A Reply

Your email address will not be published.