ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

0

ପିଉସା ସମେତ ୫ ଅଟକ

କେନ୍ଦ୍ରାପଡା: ରାକ୍ଷୀ ପୂର୍ଣ୍ଣିମାରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ରାଜନଗର ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ରାକ୍ଷୀ ପୂର୍ଣ୍ଣିମା ଦିନ ପିଉସା ଘରକୁ ଆସିଥିଲେ ଛାତ୍ରୀ। ଏହି ସମୟରେ ଟେକି ନେଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବା ସୂଚନା ଦେଲେ ରାଜନଗର ଆଇଆଇସି। ଏହାପରେ ପିଉସାଙ୍କ ସମେତ ୫ ଜଣଙ୍କୁ ଉଠାଇନେଲା ପୋଲିସ।

ନାବାଳିକାଙ୍କ ପରିବାର ପକ୍ଷରୁ ରାଜନଗର ଥାନାରେ କରାଯାଇଥିବା ଅଭିଯୋଗ ଅନୁସାରେ, ଗତ ରାକ୍ଷୀ ପୂର୍ଣ୍ଣିମା ଦିନ କେନ୍ଦ୍ରାପଡା ରାଜନଗର ଥାନା ଅଞ୍ଚଳରେ ଏହି ସମ୍ବେଦନଶୀଳ ଘଟଣା ଘଟିଛି। ଗତ ରାକ୍ଷୀ ପୂର୍ଣ୍ଣିମା ଦିନ ଖୁଦୁରୁକୁଣୀ ଓଷା ପାଇଁ ମୂର୍ତ୍ତି ପାଇଁ ନାବାଳିକା ଜଣଙ୍କ ତାଙ୍କ ଭାଇ, ମାମୁଁ ଓ ବାପାଙ୍କ ସହ ବଜାରକୁ ଯାଇଥିଲା। ସେଠାରେ ନାବାଳିକାଙ୍କ ପିଉସା ତାଙ୍କୁ ଥଣ୍ଡା ପିଆଇବାକୁ ଡାକିଥିଲେ। ନାବାଳିକା ଜଣଙ୍କ ଥଣ୍ଡା ପିଇବା ପାଇଁ ପିଉସାଙ୍କ ସହିତ ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ଏକ ଦୋକାନକୁ ଯାଇଥିଲେ। ସେଠାରୁ ଫେରିବା ବାଟରେ ନାବାଳିକା ଛାତ୍ରୀଙ୍କୁ ତାଙ୍କ ପିଉସା ଦୁଷ୍କର୍ମ କରିଥିଲେ ଓ ଅନ୍ୟ ୪ ଜଣ ମଧ୍ୟ ଏଥିରେ ସମ୍ପୃକ୍ତ ଥିଲେ।

Leave A Reply

Your email address will not be published.