ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ

0

ବାଲେଶ୍ଵର: ପରିବାରଲୋକେ ଖେଳିବାକୁ ବାରଣ କରିବାରୁ ବାଥରୁମରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ର। ଅନଲାଇନ ଗେମ୍ ଖେଳିବା ପାଇଁ ପରିବାର ଲୋକେ ବାରଣ କରିବାରୁ ବାଥରୁମରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି ନାବାଳକ।

ବାଲେଶ୍ଵର ଜିଲା ସିଂଲା ଥାନା ଗୁହାଳିପଦା ଗ୍ରାମର ସନ୍ତୋଷ ଜେନାଙ୍କ ପୁଅ ଜୟକୃଷ୍ଣ ଜେନା (୧୩) ସବୁ ସମୟରେ ଅନଲାଇନ ଗେମ ଖେଳିବା ଓ ମୋବାଇଲ ଦେଖିବାରେ ବ୍ୟସ୍ତ ରହୁଥିଲେ। ଏନେଇ ପରିବାର ଲୋକେ ବାରମ୍ବାର ବିରୋଧ କରି ଆସୁଥିଲେ। ମଙ୍ଗଳବାର ସକାଳେ ସେ ପାଠ ନପଢି ଗେମ ଖେଳୁଥିବାରୁ ମାଆ ବିରକ୍ତି ହୋଇଥିଲେ। ଏଥିରେ ସେ ରାଗିଯାଇ ଗାଧୁଆଘର ଭିତରେ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲେ। ବହୁ ସମୟ ଧରି ବାଥରୁମରୁ ନବାହାରିବାରୁ ପରିବାର ଲୋକେ କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ସିଂଲା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.