ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

0

ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଢେଙ୍କାନାଳ: ଢେଙ୍କାନାଳ ଜିଲା ଭୁବନ ଏନଏସି ୨ ନମ୍ବର ଓାର୍ଡର ଅଜୟ କୁମାର ବେହେରାଙ୍କ ପତ୍ନୀ ପ୍ରେମଲତା ନାଏକ (୩୬) ସୋମବାର ରାତିରେ ନିଜ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ସେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି।

ପ୍ରେମଲତା ଏଲ ଏ ଟି ଘରୋଇ ସସ୍ଥାରୁ ୮୦ ହଜାର ଟଙ୍କା ଋଣ କରିଥିଲେ। ସେ ମାସିକ ୪ ହଜାର ଟଙ୍କା କିସ୍ତି ଦେଉଛନ୍ତି। ପ୍ରତ୍ୟେକ ମାସ ୧୦ ତାରିଖ ଦିନ କିସ୍ତି ଦେବା ପାଇଁ ତାଙ୍କ ସ୍ବାମୀଙ୍କୁ ମାଗିଥିଲେ। ସ୍ବାମୀ ଦରମା ପାଇଲେ ଦେବା ପାଇଁ କହିଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ହଠାତ ପ୍ରେମଲତା ତାଙ୍କ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ। ସଙ୍ଗେସଙ୍ଗେ ପରିବାର ଲୋକେ ତାଙ୍କୁ ଭୁବନ ଡାକ୍ତର ଖାନାକୁ ନେଇଯାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। କଟକ ସ୍ଥାନାନ୍ତରୀତ ସମୟରେ ତାଙ୍କ ଦେହର ୬୦ ଭାଗ ପୋଡ଼ିଯାଇଥିବା ଭୁବନ ଡାକ୍ତର ଖାନା କର୍ମଚାରୀ ମାନଙ୍କ ପକ୍ଷରୁ କୁହାଯାଇଛି। ଖବର ପାଇ ଭୁବନ ଥାନା ଅଧିକାରୀ ଧିରେନ ସାଇଁ ଡାକ୍ତର ଖାନାରେ ପହଞ୍ଚିଥିଲେ । ସେତେଳେକୁ ଗୁରୁତର ମହିଳାଙ୍କୁ କଟକ ସ୍ଥାନାନ୍ତରୀତ କରାଯାଇଥିଲା। ସୋମବାର କାମାକ୍ଷାନଗର ଏସଡିପିଓ ରଜନୀ କାନ୍ତ ସାମଲ ଓ ଜିଲା ସାଇଣ୍ଟିଫିକ ଦଳ ପହଞ୍ଚି ତଦନ୍ତ କରିଥିଲେ। ଏ ସଂକ୍ରାନ୍ତରେ ଭୁବନ ଥାନା ଅଧିକାରୀ କଟକରେ ଗୁରୁତର ଭାବେ ଚିକିତ୍ସିତ ହେଉଥିବା ମହିଳାଙ୍କ ନିକଟକୁ ଯାଇଛନ୍ତି ବୋଲି କହିବା ସହିତ ଏ ସଂକ୍ରାନ୍ତରେ ଅଭିଯୋଗ ହୋଇନାହିଁ ବୋଲି କହିଛନ୍ତି।

Leave A Reply

Your email address will not be published.