ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

ପ୍ରତାପ ଜେନାଙ୍କ ପୁଅଙ୍କ ନାଁରେ ଠକେଇ ଅଭିଯୋଗ ମାମଲା

0

କେନ୍ଦ୍ରାପଡ଼ା: ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ ବଢିଲା। ପୁଅ ଅଙ୍କିତ ପ୍ରତାପ ଜେନାଙ୍କ ନାଁରେ ଏକ ବଡ଼ ଧରଣର ଠକେଇ ଅଭିିଯୋଗ ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଟାଉନ ଥାନାରେ ଅଙ୍କିତଙ୍କ ବିରୋଧରେ ୪୮ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଏକ ମାମଲା ରୁଜୁ ହୋଇଛି।

ଅଭିଯୋଗ ଅନୁଯାୟୀ, କଟକର ଜଣେ ବ୍ୟବସାୟୀଙ୍କୁ ଅଙ୍କିତ ବକେୟା ୪୮ ଲକ୍ଷ ଟଙ୍କା ଫେରାଇ ଦେଇ ନ ଥିବା ଦାବି କରାଯାଇଛି। ଅଭିଯୋଗକାରୀ କଟକ ସହର ଚଣ୍ଡୀ ଛକର ଏସଏସବି ଇଲେକ୍ଟ୍ରି କାଲ୍ସ ମାଲିକ ଅରବିନ୍ଦ ତ୍ରିପାଠୀ ଓ ଗଣେଶ କୁମାର ସ୍ବାଇଁ ଏତଲାରେ ଦର୍ଶାଇଛନ୍ତି ଅଙ୍କିତ ପ୍ରତାପ ଜେନା ଓ ଐଶ୍ବର୍ଯ୍ୟା ପ୍ରତାପ ଜେନା ଏମ୍ଫୋରିଆ ୱାକ ୱାର୍କସ ପ୍ରାଇଭେଟ୍ ଲିମିଟେଡ କମ୍ପାନୀର ମାଲିକ।
କେନ୍ଦ୍ରାପଡ଼ାରେ ବିଦ୍ୟୁତ୍ ସରଞ୍ଜାମ କାର୍ଯ୍ୟ କରିବା ପାଇଁ ଏହି କମ୍ପାନୀରୁ ସେମାନେ ୱର୍କ ଅର୍ଡର ପାଇଥିଲେ ସେହି ଅନୁଯାୟୀ କାର୍ଯ୍ୟ ମଧ୍ୟ କରିଥିଲେ। ହେଲେ ସେମାନଙ୍କର ୪୮ ଲକ୍ଷ ଟଙ୍କା ବକେୟା ଥିବା ବେଳେ ଅଙ୍କିତ ପ୍ରତାପ ଜେନା ଟଙ୍କା ଦେଉନାହାନ୍ତି। ବାରମ୍ବାର ଦିନ ଗଡ଼ାଇ ଚାଲିଛନ୍ତି। ଟଙ୍କା ନ ମିଳିବାରୁ ସେ କର୍ମଚାରୀଙ୍କ ଦରମା ଦେଉପାରୁନାହାନ୍ତି। ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ ହୋଇଛି।
ଅଙ୍କିତ ନିଜ ବିରୋଧରେ ଆସିଥିବା ସମସ୍ତ ଠକେଇ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି।

ସେ କହିଛନ୍ତି ଯେ, ଏହି ଅଭିଯୋଗ ମିଥ୍ୟା ଏବଂ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି। ଅଙ୍କିତ ପ୍ରତାପ ଜେନାଙ୍କ କମ୍ପାନୀ ଏମ୍ପୋରିଆ ୱାର୍କ୍ସ ପ୍ରାଇଭେଟ୍ ଲିମିଟେଡ ମ୍ୟାନେଜର ଦେବାଶିଷ ଦାସ ଅଭିଯୋଗ କରିଛନ୍ତି ଯେ ଅରୋବିନ୍ଦ ତ୍ରିପାଠୀ ଓ ଗଣେଶ ସ୍ବାଇଁ ତାଙ୍କ କମ୍ପାନୀ ଅଧୀନରେ କେନ୍ଦ୍ରାପଡ଼ାରେ ଇଲେକ୍ଟ୍ରିକାଲ କାର୍ଯ୍ୟ କରୁଥିଲେ। ହେଲେ ଦୁହେଁ କାର୍ଯ୍ୟରେ ବାଧା ସୃଷ୍ଟି କରିବାରୁ କମ୍ପାନୀର କ୍ଷତି ଘଟିଛି। ଏହି ଅଭିଯୋଗକୁ ଭିତ୍ତିକରି ଅରବିନ୍ଦ ଓ ଗଣେଶଙ୍କ ବିରୋଧରେ ଅନ୍ୟଏକ ମାମଲା ରୁଜୁ ହୋଇଛି। ଉଭୟଙ୍କୁ ଯୋଗାଯୋଗ କଲେ ମଧ୍ୟ କୌଣସି ଉତ୍ତର ମିଳିପାରିନାହିଁ। ଏ ସମ୍ପର୍କରେ ଟାଉନ ଥାନା ଆଇଆଇସି ଦିଲ୍ଲୀପ ସାହୁ କହିଛନ୍ତି ଉଭୟ ପକ୍ଷରୁ ଏତଲା ହୋଇଛି ତଦନ୍ତ ଚାଲିଛି ।

Leave A Reply

Your email address will not be published.