ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ନଦୀରେ ଭାସୁଛି ୭୦ରୁ ଉର୍ଦ୍ଧ୍ବ ମଇଁଷିଙ୍କ ମୃତଦେହ

0

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲାର ଆଳି ଥାନା ଅନ୍ତର୍ଗତ ଏକମାଣିଆ ଓ ନଳପାହି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ନଦୀରେ ଭାସୁଛି ୭୩ ମଇଁଷିଙ୍କ ମୃତଦେହ। ମଇଁଷିମାନେ ଚରିବାକୁ ଯିବା ସମୟରେ ନଦୀରୁ ବାହାରିଥିବା ଏକ ଶାଖା ନଦୀ ଦକ୍ଷିଣଡିହା (ଗଳିଆ) ନାମକ ସ୍ଥାନରେ ପଶି ଯାଇଥିଲେ।

ସୂଚନାମୁତାବକ, ୮୮ଟି ମଇଁଷି ଚରିବାକୁ ଯିବା ସମୟରେ ବ୍ରାହ୍ମଣୀ ନଦୀରୁ ବାହାରିଥିବା ଏକ ଶାଖା ନଦୀ ଦକ୍ଷିଣଡିହା ନାମକ ସ୍ଥାନରେ ପଶି ଯାଇଥିଲେ। କୁମ୍ଭୀର ଆକ୍ରମଣର ସମ୍ଭାବନା ଥାଇପାରେ ବୋଲି ସନ୍ଦେହ କରାଯାଉଥିବା ବେଳେ ଏତେ ବଡ଼ ସଂଖ୍ୟାରେ ମଇଁଷିଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସୌଭାଗ୍ୟବଶତଃ ୧୫ଟି ମଇଁଷି ବର୍ତ୍ତିଯାଇଛନ୍ତି। ଗ୍ରାମବାସୀମାନେ ନଦୀରେ ବୋଟ ସାହାଯ୍ୟରେ ଅନ୍ୟ ମଇଁଷିଙ୍କୁ ଖୋଜିବା ଜାରି ରଖିଛନ୍ତି।

ମଇଁଷି ମାଲିକ ଗଣେଶ ଦାସ, ଜଗନ୍ନାଥ ଦାସ ଏବଂ ପରମାନନ୍ଦ ବିଶ୍ୱାଳ ପ୍ରମୁଖ ଏହି ଘଟଣା ପଛରେ କୁମ୍ଭୀର ଆକ୍ରମଣର ସମ୍ଭାବନା ଥାଇପାରେ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଓ ଆବଶ୍ୟକ ପଦକ୍ଷେପ ନେବା ଦାବି ହେଉଛି।

Leave A Reply

Your email address will not be published.