ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ନଦୀରେ ଭାସୁଛି ୭୦ରୁ ଉର୍ଦ୍ଧ୍ବ ମଇଁଷିଙ୍କ ମୃତଦେହ

0

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲାର ଆଳି ଥାନା ଅନ୍ତର୍ଗତ ଏକମାଣିଆ ଓ ନଳପାହି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ନଦୀରେ ଭାସୁଛି ୭୩ ମଇଁଷିଙ୍କ ମୃତଦେହ। ମଇଁଷିମାନେ ଚରିବାକୁ ଯିବା ସମୟରେ ନଦୀରୁ ବାହାରିଥିବା ଏକ ଶାଖା ନଦୀ ଦକ୍ଷିଣଡିହା (ଗଳିଆ) ନାମକ ସ୍ଥାନରେ ପଶି ଯାଇଥିଲେ।

ସୂଚନାମୁତାବକ, ୮୮ଟି ମଇଁଷି ଚରିବାକୁ ଯିବା ସମୟରେ ବ୍ରାହ୍ମଣୀ ନଦୀରୁ ବାହାରିଥିବା ଏକ ଶାଖା ନଦୀ ଦକ୍ଷିଣଡିହା ନାମକ ସ୍ଥାନରେ ପଶି ଯାଇଥିଲେ। କୁମ୍ଭୀର ଆକ୍ରମଣର ସମ୍ଭାବନା ଥାଇପାରେ ବୋଲି ସନ୍ଦେହ କରାଯାଉଥିବା ବେଳେ ଏତେ ବଡ଼ ସଂଖ୍ୟାରେ ମଇଁଷିଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସୌଭାଗ୍ୟବଶତଃ ୧୫ଟି ମଇଁଷି ବର୍ତ୍ତିଯାଇଛନ୍ତି। ଗ୍ରାମବାସୀମାନେ ନଦୀରେ ବୋଟ ସାହାଯ୍ୟରେ ଅନ୍ୟ ମଇଁଷିଙ୍କୁ ଖୋଜିବା ଜାରି ରଖିଛନ୍ତି।

ମଇଁଷି ମାଲିକ ଗଣେଶ ଦାସ, ଜଗନ୍ନାଥ ଦାସ ଏବଂ ପରମାନନ୍ଦ ବିଶ୍ୱାଳ ପ୍ରମୁଖ ଏହି ଘଟଣା ପଛରେ କୁମ୍ଭୀର ଆକ୍ରମଣର ସମ୍ଭାବନା ଥାଇପାରେ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଓ ଆବଶ୍ୟକ ପଦକ୍ଷେପ ନେବା ଦାବି ହେଉଛି।

Leave A Reply

Your email address will not be published.