ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ମନୋଜ ବିଶ୍ୱାଳ

0

ଜମ୍ମୁ-କଶ୍ମୀର: ପଞ୍ଚଭୂତରେ ବିଲୀନ ହେଲେ ସହିଦ ମନୋଜ ବିଶ୍ୱାଳ। ଜମ୍ମୁ-କଶ୍ମୀରର କିସ୍ତଓ୍ବାର ଠାରେ ହୋଇଥିବା ବାଦଲ ଫଟା ବର୍ଷାରେ ଶହୀଦ ହୋଇଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ମାଣିକମରା ଗ୍ରାମର ମନୋଜ ବିଶ୍ୱାଳ। ଗତ ଦୁଇ ଦିନ ତଳେ ମନୋଜଙ୍କ ମୃତ୍ୟୁକୁ ନେଇ ପରିବାର ଲୋକ ସୂଚନା ପାଇଥିବା ବେଳେ ସୋମବାର ସକାଳୁ ନିଜ ଗାଁ ମାଣିକମରାରେ ମନୋଜଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା। ପରିବାର ଲୋକ, ଆତ୍ମୀୟ ସ୍ବଜନ, ଗ୍ରାମବାସୀଙ୍କ କାନ୍ଦବୋବାଳିରେ ପୂରା ପରିବେଶ କମ୍ପୁଥିବା ବେଳେ ଗାଁରେ ସୃଷ୍ଟି ହୋଇଥିଲା ବୀର ଯବାନ ମନୋଜ ବିଶ୍ୱାଳ ଅମର ରହେର ସ୍ଲୋଗାନ। ଗାଁର ବୀରପୁଅକୁ ସବୁଦିନ ପାଇଁ ବିଦାୟ ଦେବା ପାଇଁ ଗାଁ ମଶାଣି ପ୍ରସ୍ତୁତ ଥିବାବେଳେ ଗ୍ରାମବାସୀ ଏକ ବିରାଟ ଶୋଭାଯାତ୍ରାରେ ବାଜାବାଣ ବଜାଇ ଗ୍ରାମ ପରିକ୍ରମା କରି ଶ୍ମଶାନ ନିକଟରେ ପହଞ୍ଚିଥିଲେ। ପରେ ସିଆଇଏସ୍‌ଏଫ୍‌ ତରଫରୁ ଶ୍ମଶାନ ଠାରେ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିବା ବେଳେ ଶହୀଦ ମନୋଜଙ୍କ ବଡ଼ଝିଅ ବାପାଙ୍କ ଚିତାରେ ମୁଖାଗ୍ନି ଦେଇଥିଲେ।

ମନୋଜଙ୍କ ଶେଷଦର୍ଶନ କରିବାକୁ ଶ୍ମଶାନ ନିକଟରେ ପରଜଙ୍ଗର ପୂର୍ବତନ ବିଧାୟକ ଡ. ନୃସିଂହ ଚରଣ ସାହୁ, ଢେଙ୍କାନାଳର ପୂର୍ବତନ ଏମ୍‌ପି ମହେଶ ସାହୁଙ୍କ ସମେତ ହଜାର ହଜାର ଲୋକ ରୁଣ୍ଡ ହୋଇଥିବା ବେଳେ ପଞ୍ଚଭୂତରେ ଲୀନ ହୋଇଯାଇଛି ଶହୀଦ ମନୋଜଙ୍କ ପାର୍ଥିବ ଶରୀର।

Leave A Reply

Your email address will not be published.