ଢେଙ୍କାନାଳ: ଢେଙ୍କାନାଳ ଏସପିଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ। ଅଘଟଣ ପୂର୍ବରୁ ପେଟ୍ରୋଲ ବୋତଲକୁ ଛଡାଇ ନେଲେ ପୋଲିସ। ପାରିବାରିକ କାରଣରୁ ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା।
ମହିଳାଙ୍କ ଦିଅର ତାଙ୍କୁ ବାରମ୍ବାର ନିର୍ଯାତନା ଦେଉଥିବା ନେଇ ସେ ସଦର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। କିନ୍ତୁ ପୋଲିସ ଶୁଣି ନଥିବାରୁ ମାନସିକ ଭାରସାମ୍ୟ ହରାଇ ମହିଳା ଜଣକ ଏସପି କାର୍ଯ୍ୟାଳୟକୁ ଆସି ନିଜ ଉପରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏସପି କାର୍ଯ୍ୟାଳୟରେ ତୁରନ୍ତ ପହଞ୍ଚି ମହିଳାଙ୍କ ଅଭିଯୋଗ ଶୁଣିବା ସହ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।