ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର ବିମାନ ବନ୍ଦରରୁ ୪ କୋଟିର ମାରିଜୁଆନା ଜବତ

0

ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ପୁଣି ୪ କୋଟି ଟଙ୍କାର ମାରିଜୁଆନା ଜବତ ହୋଇଛି। ଜବତ କଲା ଡିଆରଆଇ। ବ୍ୟାଙ୍କକରୁ ଭୁବନେଶ୍ୱର ଆଣିବା ବେଳେ ଧରିଲା କଷ୍ଟମ୍ ବିଭାଗ। ମାମଲାରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ୍ ବିଭାଗ। ଏହି ୨ ଜଣ ବ୍ୟାଙ୍କକରୁ ଭୁବନେଶ୍ୱର ଆଣୁଥିଲେ ମାରିଜୁଆନା ।

ଏହି ନିଶାଦ୍ରବ୍ୟ ବ୍ୟାଙ୍କକ୍‌ର କେଉଁ ସ୍ଥାନରୁ ଭୁବନେଶ୍ୱରର କେଉଁଠାକୁ ଚାଲାଣ ହେଉଥିଲା ଏବଂ ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି, ତାହାକୁ ନେଇ ଖୋଳତାଡ଼ କରୁଛି ପୁଲିସ।
ସେହିପରି ଅଗଷ୍ଟ ୨ ତାରିଖରେ ଥାଇଲାଣ୍ଡରୁ ଚାଲାଣ ବେଳେ କଷ୍ଟମ ବିଭାଗର ହାତରେ ଲାଗିଥିଲା ୮ କେଜିର ମାରିଜୁଆନା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮ କୋଟି ଟଙ୍କା ହେବ। ଏହା ବ୍ୟାଙ୍କକରୁ ଆସୁଥିଲା। କୌଣସି ସୁତ୍ରରୁ ଖବର ପାଇ ଏୟାରପୋର୍ଟରେ ଉପସ୍ଥିତ ଥିବା କଷ୍ଟମ ବିଭାଗର ଅଧିକାରୀମାନେ ଉକ୍ତ ଯାତ୍ରୀଙ୍କୁ ଅଟକ ରଖାଯାଇଥିଲା। ଯୁବକ ଜଣଙ୍କ ଗୁଜୁରାଟ ଅହମ୍ମଦାବାଦର ବୋଲି ଜଣାପଡିଛି।

Leave A Reply

Your email address will not be published.