ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

୨ ମାସର ଶିଶୁ ପାଇଁ ଉଛୁଳା ନାଳକୁ ଡେଇଁଲେ ନର୍ସ

0

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ଏକ ଷ୍ଟାଫ ନର୍ସଙ୍କର ସାହସ ଏବଂ ଇଚ୍ଛାଶକ୍ତିର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଲୋକମାନେ ତାଙ୍କୁ ଖୁବ୍ ପ୍ରଶଂସା ମଧ୍ୟ କରୁଛନ୍ତି।

ଏହି ଭିଡିଓଟି ଜିଲ୍ଲାର ଚୌହରଘାଟିର ସୁଧାର ପଞ୍ଚାୟତ ଗଢ଼ନାଳ ଅଞ୍ଚଳର। ଏହି ଅଞ୍ଚଳରେ ନିୟୋଜିତ ଷ୍ଟାଫ୍ ନର୍ସ କମଳା ପ୍ରବାହିତ ହେଉଥିବା ଏକ ନାଳକୁ ପାର ହେଉଥିବାର ଦେଖାଯାଉଛି। ଏହି ଡ୍ରେନଟିରେ ସମ୍ପୁର୍ଣ୍ଣ ଜଳ ଭରି ରହିଥିବା ବେଳେ କମଳା ପଥର ଉପରେ ଡେଇଁ ସେଠାରୁ ପାର ହେଉଥିବା ଭିଡିଓରେ ଦୃଶ୍ୟମାନ ହେଉଛି। ଟିକର ଗାଁର ବାସିନ୍ଦା ଷ୍ଟାଫ୍ ନର୍ସ କମଳା ସୁଧାର ପଞ୍ଚାୟତର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଅଛନ୍ତି। ତେଣୁ ନିଜର ଡ୍ୟୁଟି ପାଇଁ ତାଙ୍କୁ ସେଠାକୁ ଯିବାକୁ ପଡୁଥିଲା। କିନ୍ତୁ ଗତ କିଛି ଦିନ ଧରି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଫୁଟ ବ୍ରିଜ୍ ଭାଙ୍ଗିଯିବା ଫଳରେ ପ୍ରତିଦିନ ଡ୍ୟୁଟିରେ ପହଞ୍ଚିବା କଷ୍ଟକର ହୋଇପଡିଛି।

ତେବେ ଡ୍ୟୁଟି ପାଇଁ ତାଙ୍କୁ ପ୍ରତିଦିନ ପ୍ରାୟ ଚାରି କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡୁଛି। କିନ୍ତୁ ଏପରି ପରିସ୍ଥିତିରେ ମଧ୍ୟ ସେ ନିଜ ଜୀବନର ଚିନ୍ତା ନକରି ସେ ଏହି ନାଳ ପାର କରି ଏକ ଦୁଇ ମାସର ଶିଶୁକୁ ଜୀବନ ରକ୍ଷକ ଇଞ୍ଜେକ୍ସନ ଦେଇ ପରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। କମଳା ନେଇଥିବା ଏହିପରି ପଦକ୍ଷେପ ତାଙ୍କପାଇଁ ବିପଦପୂର୍ଣ୍ଣ ହୋଇପାରିଥାନ୍ତା।

କାରଣ ଜିଲ୍ଲାରେ ଏପରି ଅନେକ ଘଟଣା ରିପୋର୍ଟ ହୋଇଛି। ନିକଟରେ ସେରାଜରେ ଜଣେ ପୁରୁଷ ଏବଂ ଜଣେ ମହିଳା ନାଳ ପାର ହେବା ସମୟରେ ଭାସି ଯାଇଥିଲେ, କିନ୍ତୁ ସେମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା। ଅପରପକ୍ଷରେ ଜଣେ ବ୍ୟକ୍ତି ବୁଡ଼ି ଯିବା ଯୋଗୁଁ ମୃତ୍ୟୁବରଣ ମଧ୍ୟ କରିଥିଲେ।

Leave A Reply

Your email address will not be published.