ପ୍ରମୁଖ ଖବର

ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋହନ ମାଝୀ
ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ
ପାତ୍ରପଡ଼ା ହିଟ୍‌ ଆଣ୍ଡ ରନ୍‌ ମାମଲା ଦିଲ୍ଲୀରୁ ଗିରଫ ‌ହେଲେ ଦୁଇ ଅଭିଯୁକ୍ତ
୨ ମାସର ଶିଶୁ ପାଇଁ ଉଛୁଳା ନାଳକୁ ଡେଇଁଲେ ନର୍ସ
ଢେଙ୍କାନାଳ ଏସପିଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
ଡିସେମ୍ବର ସୁଦ୍ଧା ପୂରଣ ହେବ ଅଗ୍ନିଶମ ବିଭାଗରେ ଖାଲିଥିବା ୩୦୦ ପଦବୀ

ନବୀନଙ୍କୁ ଭେଟିଲେ ମୋହନ

0

ଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭେଟିଛନ୍ତି। ନବୀନ ନିବାସ ଯାଇ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ। ତାଙ୍କର ସୁସ୍ଥତା କାମନା କରି ‘ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି’ ବୋଲି ପଚାରିଥିଲେ। ନବୀନ ପଟ୍ଟନାୟକ କହିଥିଲେ, ‘ମୁଁ ସୁସ୍ଥ ଅନୁଭବ କରୁଛି’ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କ ସୁସ୍ଥ ନିରାମୟ ଜୀବନ ନିମନ୍ତେ ପ୍ରାର୍ଥନା କରୁଛି।ନିକଟରେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଫେରିଛନ୍ତି ନବୀନ।

ଶୁକ୍ରବାର ସନ୍ଧ୍ୟାରେ ନବୀନ ଡିହାଇଡ୍ରେଶନ ଜନିତ ଅସୁସ୍ଥତା ଅନୁଭବ କରିଥିଲେ। ପ୍ରଥମେ ଏକ ଡାକ୍ତରୀ ଦଳ ନବୀନ ନିବାସରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିଥିଲେ। ହେଲେ ଅଧିକ ପରୀକ୍ଷାନିରୀକ୍ଷା କରିବା ଲାଗି ହସ୍ପିଟାଲ୍‌ ଆଣିବା ପାଇଁ ପରାମର୍ଶ ଦେବା ପରେ ସେ ସମ୍‌ ଅଲ୍ଟିମେଟ୍‌ ହସ୍ପିଟାଲ ଯାଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ନବୀନ ନିବାସ ଯାଇ ତାଙ୍କୁ ସାକ୍ଷାତ କରି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୧୦ ମିନିଟ ଧରି ଆଲୋଚନା ହୋଇଥିଲା।

Leave A Reply

Your email address will not be published.