ପ୍ରମୁଖ ଖବର

ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋହନ ମାଝୀ
ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ
ପାତ୍ରପଡ଼ା ହିଟ୍‌ ଆଣ୍ଡ ରନ୍‌ ମାମଲା ଦିଲ୍ଲୀରୁ ଗିରଫ ‌ହେଲେ ଦୁଇ ଅଭିଯୁକ୍ତ
୨ ମାସର ଶିଶୁ ପାଇଁ ଉଛୁଳା ନାଳକୁ ଡେଇଁଲେ ନର୍ସ
ଢେଙ୍କାନାଳ ଏସପିଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
ଡିସେମ୍ବର ସୁଦ୍ଧା ପୂରଣ ହେବ ଅଗ୍ନିଶମ ବିଭାଗରେ ଖାଲିଥିବା ୩୦୦ ପଦବୀ

ପାତ୍ରପଡ଼ା ହିଟ୍‌ ଆଣ୍ଡ ରନ୍‌ ମାମଲା ଦିଲ୍ଲୀରୁ ଗିରଫ ‌ହେଲେ ଦୁଇ ଅଭିଯୁକ୍ତ

0

ନ୍ୟୁଜ୍ ବ୍ୟୁରୋ: ବହୁଚର୍ଚ୍ଚିତ ପାତ୍ରପଡ଼ା ହିଟ୍‌ ଆଣ୍ଡ ରନ୍‌ ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ସୋହମ ରାଜ ତ୍ରିପାଠୀ ଓ ରୋହନ ରଞ୍ଜନ ରାଉତ। ଦିଲ୍ଲୀରୁ ଗିରଫ ‌ହେଲେ ଉଭୟ ଯୁବକ। ଏହି ଦୁର୍ଘଟଣା ପରେ ମା’ ଓ ଝିଅଙ୍କୁ ଉଦ୍ଧାର କରିବା ବଦଳରେ ଫେରାର ମାରିଥିଲେ ଦୁଇ ଯୁବକ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏକ ଘରୋଇ ବ୍ୟାଙ୍କରେ ମ୍ୟାନେଜର ଭାବେ ସୋହମ ରାଜ୍‌ ତ୍ରିପାଠୀ କାର୍ଯ୍ୟରତ ଥିବା ବେଳେ, ରୋହନ ରଞ୍ଜନ ରାଉତ ହେଲେ ପଟିଆ ଅଞ୍ଚଳର ଜଣେ ମଦ ବ୍ୟବସାୟୀଙ୍କ ପୁଅ। ଗତ ୯ ତାରିଖ ରାଖୀ ପୂର୍ଣ୍ଣିମା ଦିନ ଭୁବନେଶ୍ବରର ପାତ୍ରପଡ଼ା ଠାରେ ଜଣେ ମହିଳା ତାଙ୍କ ଝିଅକୁ ଧରି ରାସ୍ତା ଅତିକ୍ରମ କରୁଥିବା ବେଳେ ତାଙ୍କୁ ଦ୍ରୁତଗାମୀ ସ୍କର୍ପିଓ ଧକ୍କା ଦେଇଥିଲା। ଏହି ଘଟଣାରେ ମା ଓ ଝିଅ ଗୁରୁତର ହୋଇଥିଲେ। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହିଦିନ ହିଁ ଝିଅକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାର ପରଦିନ ତଥା ଅଗଷ୍ଟ ୧୦ ତାରିଖରେ ମା’ ଆଖି ବୁଜିଥିଲେ। ଏହାପରେ ଅଭିଯୁକ୍ତମାନେ ଓଡ଼ିଶା ଛାଡ଼ି ହିମାଚଳପ୍ରଦେଶର ମନାଲି ବୁଲି ସାରି ଆସି ଦିଲ୍ଲୀରେ ଥିଲେ। କମିସନରେଟ ପୋଲିସ ଅଭିଯୁକ୍ତଙ୍କୁ ଆଜି ଦିଲ୍ଲୀରୁ ଗିରଫ କରିଛି।

Leave A Reply

Your email address will not be published.