ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ସରକାରୀ ମେଡିକାଲ କଲେଜ ହସ୍ପିଟାଲ ଛାତରୁ ଡେଇଁ ରୋଗୀ ମୃତ

0

ନ୍ୟୁଜ୍ ବ୍ୟୁରୋ: ସରକାରୀ ମେଡିକାଲ କଲେଜ ହସ୍ପିଟାଲ ଛାତରୁ ଡେଇଁ ରୋଗୀ ମୃତ। ୩ ମହଲା ଛାତରୁ ଡେଇଁ ଜୀବନ ହାରିଲେ ଯୁବକ। ମୃତକ ମାନସିକ ଅନଗ୍ରସର ଥିବା ସୂଚନା ରହିଛି। ରବିବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଯୁବକ।

ଗତ ରବିବାର ଅପସ୍ମାର ରୋଗରେ ପୀଡ଼ିତ ହୋଇ ଭର୍ତ୍ତି ହୋଇଥିଲେ ଯୁବକ। ଆଜି ସେ ଡାକ୍ତରଖାନାରୁ ଘରକୁ ଆସିଥାନ୍ତେ। କିନ୍ତୁ ସକାଳୁ ସେ ତା ମାଆକୁ ଘରକୁ ଯିବା ଯିବା ବୋଲି କହୁଥିଲେ। ଘରକୁ ନେଉନାହୁଁ କହି ଶଯ୍ଯାରୁ ଉଠି ଝରକା ଖୋଲି ଛାତକୁ ପଳେଇ ଯାଇଥିଲେ। ପଛରୁ ମାଆ ଯାଉଥିବା ବେଳେ ଯୁବକ ଭାରସାମ୍ୟ ହରାଇ ଛାତରୁ ପଡ଼ିଯାଇଥିଲେ। ଭାଗ୍ୟବଶତଃ ତଳକୁ ନପଡ଼ି ଛାତରେ ଅଧ ଘଣ୍ଟା ଯାଏଁ ଲଟକି ବଞ୍ଚାଇବା ପାଇଁ ପାଟି କରିଥିଲେ। ତାଙ୍କ ମାଆ ଏକୁଟିଆ ନିରୁପାୟ ହୋଇ କୌଣସି ଚିନ୍ତା କରି ପାରିନଥିଲେ।

ଅନ୍ୟପଟେ କିଛି ଲୋକ ଦେଖଣାହାରୀ ସାଜିଥିଲେ। କିନ୍ତୁ ମେଡିକାଲର କୌଣସି କର୍ମଚାରୀ କି ଅଧିକାରୀ ପହଞ୍ଚି ନଥିଲେ। ସମୟ ଥିଲା ଚେଷ୍ଟା କରିଥିଲେ ବଞ୍ଚାଇ ପାରିଥାନ୍ତେ କିନ୍ତୁ କେହି ଚେଷ୍ଟା ମଧ୍ୟ କଲେ ନାହିଁ। ଶେଷରେ ହାତ ଖସି ଯାଇଥିଲା ଓ ସିଧା ତଳକୁ ଖସି ପଡ଼ି ତାଙ୍କ ମୃତ୍ୟୁ ହୋଇଥିଲା ବୋଲି କହିଛନ୍ତି ମାଆ ଇଲିସାବା ସୋରେଙ୍ଗ। ଏ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ।

Leave A Reply

Your email address will not be published.