ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଚୋରି କରି ବନ୍ଧା ହେଲେ ୟୁଟ୍ୟୁବର

0

ଭୁବନେଶ୍ବର: ଚୋରି ବିରୁଦ୍ଧରେ ହିଁ ପ୍ରବଚନ ଦେଉଥିଲେ ହେଲେ ଚୋରି କରି ବନ୍ଧା ହେଲେ ୟୁଟ୍ୟୁବର। ଭରତପୁର ଥାନା ଖଣ୍ଡଗିରି ବାରି ଲୁଟ୍‌ ଘଟଣାରେ ଏହି ପ୍ରବଚକ ଜଣକ ଗିରଫ ହୋଇଛନ୍ତି। ବ୍ୟକ୍ତି ଜଣକଙ୍କ ପରିଚୟ ମନୋଜ ସିଂହ, ସେ କଟକର ବାସିନ୍ଦା ବୋଲି ଜଣାପଡିଛି। ତାଙ୍କଠାରୁ ୨ ଶହ ଗ୍ରାମ ସୁନା, ୧ ଲକ୍ଷ ନଗଦ ଟଙ୍କା, ଗୋଟିଏ ବାଇକ୍‌, ଲୁହା ରଡ୍‌ ଆଦି ଜବତ ହୋଇଛି।

ସେ ଚେଞ୍ଜ ୟୋର ଲାଇଫ ନାମକ ଏକ ୟୁଟ୍ୟୁବ୍‌ ଚ୍ୟାନେଲରେ ପ୍ରବଚନ ଦେଉଥିଲେ। ଚୋରି କରିବା ଅପରାଧ, ଏହାକୁ କିପରି ରୋକା ଯାଇ ପାରିବ ସେ ସମ୍ପର୍କରେ ଲୋକମାନଙ୍କୁ ପ୍ରବଚନ ଦେଉଥିଲେ । ମାତ୍ର ନିଜେ ଚୋରି କରି ବନ୍ଧା ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଅଭିଯୁକ୍ତ ନାଁରେ ୧୦ରୁ ଅଧିକ ମାମଲା ରହିଛି I ରାଜଧାନୀର ନୟାପଲ୍ଲୀ, ତମଣ୍ଡୋ ଆଦି ଅଞ୍ଚଳରେ ଅନେକ ମାମଲା ତାଙ୍କ ନାଁ ରେ ରହିଛି। ପୋଲିସ ଅଭିଯୁକ୍ତ ମନୋଜ ସିଂହଙ୍କୁ ଗିରଫ କରି ଆହୁରି ପଚରା ଉଚରା କରୁଛି।

Leave A Reply

Your email address will not be published.