ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ଚୋରି କରି ବନ୍ଧା ହେଲେ ୟୁଟ୍ୟୁବର

0

ଭୁବନେଶ୍ବର: ଚୋରି ବିରୁଦ୍ଧରେ ହିଁ ପ୍ରବଚନ ଦେଉଥିଲେ ହେଲେ ଚୋରି କରି ବନ୍ଧା ହେଲେ ୟୁଟ୍ୟୁବର। ଭରତପୁର ଥାନା ଖଣ୍ଡଗିରି ବାରି ଲୁଟ୍‌ ଘଟଣାରେ ଏହି ପ୍ରବଚକ ଜଣକ ଗିରଫ ହୋଇଛନ୍ତି। ବ୍ୟକ୍ତି ଜଣକଙ୍କ ପରିଚୟ ମନୋଜ ସିଂହ, ସେ କଟକର ବାସିନ୍ଦା ବୋଲି ଜଣାପଡିଛି। ତାଙ୍କଠାରୁ ୨ ଶହ ଗ୍ରାମ ସୁନା, ୧ ଲକ୍ଷ ନଗଦ ଟଙ୍କା, ଗୋଟିଏ ବାଇକ୍‌, ଲୁହା ରଡ୍‌ ଆଦି ଜବତ ହୋଇଛି।

ସେ ଚେଞ୍ଜ ୟୋର ଲାଇଫ ନାମକ ଏକ ୟୁଟ୍ୟୁବ୍‌ ଚ୍ୟାନେଲରେ ପ୍ରବଚନ ଦେଉଥିଲେ। ଚୋରି କରିବା ଅପରାଧ, ଏହାକୁ କିପରି ରୋକା ଯାଇ ପାରିବ ସେ ସମ୍ପର୍କରେ ଲୋକମାନଙ୍କୁ ପ୍ରବଚନ ଦେଉଥିଲେ । ମାତ୍ର ନିଜେ ଚୋରି କରି ବନ୍ଧା ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଅଭିଯୁକ୍ତ ନାଁରେ ୧୦ରୁ ଅଧିକ ମାମଲା ରହିଛି I ରାଜଧାନୀର ନୟାପଲ୍ଲୀ, ତମଣ୍ଡୋ ଆଦି ଅଞ୍ଚଳରେ ଅନେକ ମାମଲା ତାଙ୍କ ନାଁ ରେ ରହିଛି। ପୋଲିସ ଅଭିଯୁକ୍ତ ମନୋଜ ସିଂହଙ୍କୁ ଗିରଫ କରି ଆହୁରି ପଚରା ଉଚରା କରୁଛି।

Leave A Reply

Your email address will not be published.