ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ସହରିଆଙ୍କ ପାଇଁ ଆସିଗଲା ‘ସହର ସାଥୀ’

0

ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସହରବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ସହର ସାଥୀ’ ସୁବିଧାର ଲୋକାର୍ପଣ କରିଛନ୍ତି। ଏହା ନାଗରିକମାନଙ୍କୁ ସଶକ୍ତ, ଦ୍ରୁତ ଏବଂ କ୍ରିୟାଶୀଳ ସେବା ପ୍ରଦାନ ସୁନିଶ୍ଚିତ କରିବା ଦିଗରେ ବଳିଷ୍ଠ ଭୂମିକା ତୁଲାଇବ।

‘ସହର ସାଥୀ’ ସୁବିଧାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ଆମେ ଏକ ନୂଆ ପଦକ୍ଷେପ ନେଉଛୁ, ୧୯୨୯ ଟୋଲ୍-ଫ୍ରି କଲ୍ ସେଣ୍ଟର “ସହର ସାଥୀ” ଆରମ୍ଭ କରୁଛୁ। ଆଜିଠାରୁ ଆପଣମାନଙ୍କୁ ଆଉ ପୌରପାଳିକା କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ। କେବଳ ଏକ ଫୋନ୍ କଲେ, ଆପଣଙ୍କର ଅଭିଯୋଗ, ପ୍ରଶ୍ନ, କିମ୍ବା ପ୍ରସ୍ତାବ ସିଧାସଳଖ ସହର ସାଥୀ ପାଖରେ ପହଞ୍ଚିବ। ସହର ସାଥୀ ୨୪ ଘଣ୍ଟା ଆପଣଙ୍କ ପାଇଁ ସେବାରେ ରହିବେ। ଆମର କେବଳ ଗୋଟିଏ ଲକ୍ଷ୍ୟ ହେବା ଉଚିତ, ‘ଲୋକଙ୍କୁ ସେମାନଙ୍କ ଆକାଂକ୍ଷିତ ମୌଳିକ ସୁବିଧା ପ୍ରଦାନ କରାଇ ସେମାନଙ୍କ ଦୈନନ୍ଦିନ ଜୀବନକୁ ସ୍ବଚ୍ଛନ୍ଦ, ସାବଲିଳ ଏବଂ ସହଜ କରିବା’।

Leave A Reply

Your email address will not be published.