ପ୍ରମୁଖ ଖବର

ଏଣିକି ଶସ୍ତା ହେବ ବିଦେଶ ଯାତ୍ରା ଓ ପାଠପଢ଼ା
ଦେଶରେ ନିର୍ମାଣ ହେବ ୩ଟି ନୂଆ ଏମ୍ସ, ୭ଟି ରେଳ କରିଡର୍
ବାୟୋଫାର୍ମା କ୍ଷେତ୍ର ପାଇଁ ୧୦ ହଜାର କୋଟି, ଶସ୍ତା ହେବ ସୁଗାର କର୍କଟ ଔଷଧ
କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ
ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଡକାୟତ ସିପୁ ଆହତ

ଖଣି ମାଲିକଙ୍କ ଘରେ ଇଡି ରେଡ

0

୧୦ ଦାମୀ କାର ସହ କୋଟିଏ ଟଙ୍କାର ସୁନା ଗହଣା ଜବତ

ନ୍ୟୁଜ୍ ବ୍ୟୁରୋ: ଖଣି ମାଲିକ ରଞ୍ଜନ ଦେଶଙ୍କ ଘର ସମେତ ଅଫିସ ଠିକଣାରେ ଇଡି ପକ୍ଷରୁ ଚଢ଼ଉ ଜାରି ରହିଛି। ଶକ୍ତିଙ୍କ ନୟାପଲ୍ଲୀ ସ୍ଥିତ ଘରେ ହିମାଚଳ ପ୍ରଦେଶ ଇଡି ଟିମ୍‌ ଚଢ଼ାଉ କରିଛି। ହିମାଚଳ ପ୍ରଦେଶ ପୋଲିସ ସିଆଇଡି ନିକଟରେ ମାମଲା ରୁଜୁ ପରେ ଏହି ଚଢ଼ାଉ ଚାଲିଛି।
ହିମାଚଳର ଏକ କମ୍ପାନୀ ବିଭିନ୍ନ ବ୍ୟାଙ୍କରୁ ୧୩୯୬ କୋଟି ଋଣ କରିଥିଲା। ଜାଲ କାଗଜପତ୍ର ମାଧ୍ୟମରେ ଋଣ, ସେଥିରୁ ଶକ୍ତିଙ୍କ ଆକାଉଣ୍ଟକୁ କେବଳ ଆସିଛି ୫୯ କୋଟି ଟଙ୍କା। ଏହି ଚଢ଼ାଉ ବେଳେ ଶକ୍ତିଙ୍କ ଘରୁ ୧୦ଟି ବିଳାସପୂର୍ଣ୍ଣ କାର୍‌ , ୩ଟି ସୁପର ବାଇକ ଜବତ ହୋଇଛି। ୧୦ ଦାମୀ ଗାଡ଼ି ମଧ୍ୟରେ ଅତ୍ୟାଧୁନିକ ପୋର୍ସେ ଓ ବିଏମଡବ୍ଲ୍ୟୁ ମଧ୍ୟ ରହିଛି। ଏହାବାଦ କୋଟିଏ ଟଙ୍କାର ସୁନା ଗହଣା ସହ ଇଡି ଅଧିକାରୀମାନେ ବ୍ୟାଙ୍କ ଲକର ମଧ୍ୟ ସିଜ କରିଛନ୍ତି। ଇଡିର ଅଧିକାରୀମାନେ ଶ୍ରୀ ଦାଶଙ୍କ ଠିକଣାରୁ ୧.୧୨ କୋଟିର ସୁନା ଅଳଙ୍କାର, ନଗଦ ୧୩ ଲକ୍ଷ ଟଙ୍କା ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି। ସେହିପରି ଶ୍ରୀ ଦାଶଙ୍କ ୨ଟି ବ୍ୟାଙ୍କ ଲକରକୁ ମଧ୍ୟ ଫ୍ରିଜ କରାଯାଇଛି।

Leave A Reply

Your email address will not be published.