ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ମୋଷ୍ଟ ୱାଣ୍ଟେଡକୁ ଧରିବାକୁ ଭୁବନେଶ୍ବରରେ ଆସାମ ପୋଲିସର ରେଡ୍‌

0

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆସାମ ପୋଲିସ ଗୁରୁବାର ରେଡ୍‌ କରିଛି। ତେବେ ଜଣେ ମୋଷ୍ଟ ଓ୍ବାଣ୍ଟେଡ୍‌ ଆତ୍ମଗୋପନ କରିଥିବା ସୂଚନା ପରେ ଏହି ଚଢ଼ାଉ ଜାରି ରହିଛି। କମିଶନରେଟ ପୋଲିସ ସହାୟତାରେ ଆସାମ ପୋଲିସ ରେଡ୍‌ କରୁଛି।

ଇନ୍‌ଫୋସିଟି ପୋଲିସ ସହାୟତାରେ ଏକ ଆପାର୍ଟମେଣ୍ଟରେ ରେଡ୍‌ ଚାଲିଥିବାବେଳେ ଆତ୍ମଗୋପନ କରିଥିବା ମୋଷ୍ଟ ୱାଣ୍ଟେଡ୍‌ କିଏ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ତେବେ କୁହାଯାଉଛି ଏକ ଠକେଇ ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଆସାମ ପୋଲିସ ଭୁବନେଶ୍ୱରକୁ ଆସିଛି ମୋଷ୍ଟ ୱାଣ୍ଟେଡକୁ ଧରିବା ପାଇଁ।

ବର୍ତ୍ତମାନ ଉକ୍ତ ଫ୍ଲାଟକୁ ସମ୍ପୂର୍ଣ୍ଣ ଛାନବିନ କରାଯାଉଛି। କଣ ମାମଲା ରହିଛି ତାହା କୋର୍ଟ ଚାଲାଣ ପରେ ସମ୍ପୁର୍ଣ୍ଣ ଭାବେ ଜଣାପଡିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୂର୍ବରୁ ମଧ୍ୟ ଏହି ବ୍ୟକ୍ତି କମିଶନରେଟ ପୋଲିସ ଦ୍ୱାରା ଗିରଫ ହୋଇଥିଲା। ରଘୁନାଥପୁର ଅଞ୍ଚଳରେ ଅଭିଯୁକ୍ତର ମାଲିକାନାରେ ଥିବା ଏକ ବିବାହ ମଣ୍ଡପରେ ମଧ୍ୟ ରେଡ଼ ହୋଇଛି।

Leave A Reply

Your email address will not be published.