ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ମୋଷ୍ଟ ୱାଣ୍ଟେଡକୁ ଧରିବାକୁ ଭୁବନେଶ୍ବରରେ ଆସାମ ପୋଲିସର ରେଡ୍‌

0

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆସାମ ପୋଲିସ ଗୁରୁବାର ରେଡ୍‌ କରିଛି। ତେବେ ଜଣେ ମୋଷ୍ଟ ଓ୍ବାଣ୍ଟେଡ୍‌ ଆତ୍ମଗୋପନ କରିଥିବା ସୂଚନା ପରେ ଏହି ଚଢ଼ାଉ ଜାରି ରହିଛି। କମିଶନରେଟ ପୋଲିସ ସହାୟତାରେ ଆସାମ ପୋଲିସ ରେଡ୍‌ କରୁଛି।

ଇନ୍‌ଫୋସିଟି ପୋଲିସ ସହାୟତାରେ ଏକ ଆପାର୍ଟମେଣ୍ଟରେ ରେଡ୍‌ ଚାଲିଥିବାବେଳେ ଆତ୍ମଗୋପନ କରିଥିବା ମୋଷ୍ଟ ୱାଣ୍ଟେଡ୍‌ କିଏ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ତେବେ କୁହାଯାଉଛି ଏକ ଠକେଇ ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଆସାମ ପୋଲିସ ଭୁବନେଶ୍ୱରକୁ ଆସିଛି ମୋଷ୍ଟ ୱାଣ୍ଟେଡକୁ ଧରିବା ପାଇଁ।

ବର୍ତ୍ତମାନ ଉକ୍ତ ଫ୍ଲାଟକୁ ସମ୍ପୂର୍ଣ୍ଣ ଛାନବିନ କରାଯାଉଛି। କଣ ମାମଲା ରହିଛି ତାହା କୋର୍ଟ ଚାଲାଣ ପରେ ସମ୍ପୁର୍ଣ୍ଣ ଭାବେ ଜଣାପଡିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୂର୍ବରୁ ମଧ୍ୟ ଏହି ବ୍ୟକ୍ତି କମିଶନରେଟ ପୋଲିସ ଦ୍ୱାରା ଗିରଫ ହୋଇଥିଲା। ରଘୁନାଥପୁର ଅଞ୍ଚଳରେ ଅଭିଯୁକ୍ତର ମାଲିକାନାରେ ଥିବା ଏକ ବିବାହ ମଣ୍ଡପରେ ମଧ୍ୟ ରେଡ଼ ହୋଇଛି।

Leave A Reply

Your email address will not be published.