ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ସବୁ ଅଙ୍ଗନବାଡି, ସ୍କୁଲ୍‌ରେ ସାମିଲ୍‌ ସମ୍ଭବ ନୁହେଁ: ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ

0

ଭୁବନେଶ୍ବର: ସ୍କୁଲ୍‌ରେ ଅଙ୍ଗନବାଡି ସାମିଲ ନେଇ ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ଦେଇଛନ୍ତି ପ୍ରତିକ୍ରିୟା। ମନ୍ତ୍ରୀ କହିଛନ୍ତି, ‘ଶିଶୁବାଟିକା ୩କୁ ସ୍କୁଲ୍‌ରେ ସାମିଲ କରାଯାଇଛି। ଏବେ ବି ଶିଶୁବାଟିକା ୧ ଓ ୨ ଅଙ୍ଗନବାଡ଼ି କେନ୍ଦ୍ରରେ ଅଛି। ବର୍ତ୍ତମାନ ସବୁ ଅଙ୍ଗନବାଡି ବନ୍ଦ କରି ସ୍କୁଲ୍‌ରେ ସାମିଲ ସମ୍ଭବ ନୁହେଁ। ୫ ବର୍ଷ ପରେ ପିଲା ଶିଶୁବାଟିକା ୩ରେ ନାମ ଲେଖାଇବେ। ୪୫ ହଜାର ସ୍କୁଲ୍‌ରେ ଶିଶୁବାଟିକା ୩ ଖୋଲାଯାଇଛି। ପରବର୍ତ୍ତୀ ମୁହୂର୍ତ୍ତରେ ନିର୍ଦ୍ଦେଶ ଆସିଲେ ଶିଶୁବାଟିକା ୧ ଓ ୨ ସାମିଲ ହେବ।’

ଅନ୍ୟପଟେ ଓଟିଇଟି ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟକୁ ବିଭାଗ ବିଚାର କରୁଛି। ରାଜ୍ୟରେ ଅନେକ ଶିକ୍ଷକ ଅଛନ୍ତି ଯେଉଁମାନେ ୨୦୧୧ ପୂର୍ବରୁ ନିଯୁକ୍ତି ପାଇଥିଲେ। ସେତେବେଳେ ଓଟିଇଟି ନଥିଲା। ତେଣୁ କ’ଣ କରାଯାଇ ପାରିବ ତର୍ଜମା ଚାଲିଛି। ରିଭ୍ୟୁ ପିଟିସନ କରିବୁ କି ନାହିଁ ଅବା କ’ଣ କରିବୁ ତାହାର ବିଚାର ଚାଲିଛି। ଅନ୍ୟ ରାଜ୍ୟ କ’ଣ କରୁଛନ୍ତି ତାହାକୁ ସରକାର ତର୍ଜମା କରୁଛନ୍ତି। ପ୍ରାୟ ୭୫ ହଜାର ଶିକ୍ଷକ ଓଟିଇଟି କରି ନାହାନ୍ତି। ସରକାର ଶିକ୍ଷକଙ୍କ ସ୍ୱାର୍ଥକୁ ଦେଖୁଛନ୍ତି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.