ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବନି ବିଜେଡି

0

ଭୁବନେଶ୍ବର: ଆସନ୍ତାକାଲି ହେବାକୁ ଥିବା ଉପ-ରାଷ୍ଟ୍ରପତି ନିର୍ବାଚନକୁ ନେଇ ନିଜର ସ୍ଥିତି ସ୍ପଷ୍ଟ କରିଛି ବିଜୁ ଜନତା ଦଳ। ଉପ-ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଅନୁପସ୍ଥିତ ରହିବ ବୋଲି ବିଧିବଦ୍ଧ ଘୋଷଣା କରିଛି। ବିଜେଡିର ରାଜ୍ୟସଭା ନେତା ସସ୍ମିତ ପାତ୍ର ଏନେଇ ସୂଚନା ଦେଇଛନ୍ତି।
ବିଜୁ ଜନତା ଦଳ ସମଦୂରତା ନୀତି ଉଭୟ ଏନଡିଏ ଓ ଇଣ୍ଡିଆ ମେଣ୍ଟ ଠାରୁ ରଖିବ। ରାଜ୍ୟସଭାରେ ଅଛନ୍ତି ବିଜେଡିର ୭ ସାଂସଦ। ସି.ପି. ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରିଛି ଏନଡିଏ। ମୈଦାନରେ ଇଣ୍ଡି ମେଣ୍ଟର ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀ ରହିଛନ୍ତି। କାହାକୁ ବି ସମର୍ଥନ କରିବନି ବିଜେଡି।ତେବେ ଦିଲ୍ଲୀ ଗସ୍ତରେ ଅଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ୨୦୧୨ରେ ବି ଏମିତି କରି ସାରିଛି ବିଜେଡି।

ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ସ୍ଥିତିକୁ ନେଇ ଚାଲିଥିବା ଚର୍ଚ୍ଚାର ଅବସାନ ଘଟିଛି। ସବୁ ଚର୍ଚ୍ଚାର ଅବସାନ ଘଟାଇ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ନିଜର ସ୍ଥିତି ସ୍ପଷ୍ଟ କରିଛି ବିଜେଡି। ନିର୍ବାଚନରେ ଅନୁପସ୍ଥିତ ରହିବାକୁ ବିଜେଡି ଘୋଷଣା କରିଛି। ବିଜେଡିର ରାଜ୍ୟସଭା ନେତା ସସ୍ମିତ ପାତ୍ର କହିଛନ୍ତି, “ଆସନ୍ତାକାଲି ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନରେ ଅନୁପସ୍ଥିତ ରହିବାକୁ ବିଜୁ ଜନତା ଦଳ ନିଷ୍ପତ୍ତି ନେଇଛି। ବିଜୁ ଜନତା ଦଳ ସମଦୂରତା ନୀତି ଉଭୟ ଏନଡିଏ ଓ ଇଣ୍ଡିଆ ମେଣ୍ଟ ଠାରୁ ରଖିବ। ଆମେ ଓଡିଶାର ବିକାଶ ଓ ଉନ୍ନୟନ ଉପରେ ନଜର ରଖିଛୁ।
ରାଜନୈତିକ ଦୃଷ୍ଟିକୋଣରୁ ବିଜେଡିର ଏହି ନିଷ୍ପତ୍ତି ବେଶ ଗୁରୁତ୍ୱ ବହନ କରୁଥିଲା। ବିଜେଡି ଯଦି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଥାନ୍ତା, ତେବେ ବିଜେଡି-ବିଜେପି ଏକ ବୋଲି ପୁନର୍ବାର କଥା ଉଠିଥାନ୍ତା। ଯଦି ବିଜେଡି ଇଣ୍ଡିଆ ମେଣ୍ଟର ପ୍ରାର୍ଥୀଙ୍କୁ ସମର୍ଥନ କରିଥାନ୍ତା, ତେବେ କେନ୍ଦ୍ରୀୟ ବିଜେପି ସହ ମୁଁହାମୁହିଁ ହେବାକୁ ପଡିଥାନ୍ତା। ଜାତୀୟ ରାଜନୀତିରେ ଆଉ ଏକ ସମିକରଣ ମଧ୍ୟ ସୃଷ୍ଟି ହୋଇଥାନ୍ତା। ହେଲେ ଏ ଦୁଇଟି ରାସ୍ତାକୁ ଛାଡ଼ି ବିଜେଡି ତୃତୀୟ ରାସ୍ତା ବାଛିଛି ବିଜେଡି।

Leave A Reply

Your email address will not be published.