ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଗୁରୁଦିବସରେ ଦିଲ୍ଲୀରେ ଓଡ଼ିଶାର ୨ ଶିକ୍ଷକଙ୍କୁ ମିଳିଲା ଜାତୀୟ ଶିକ୍ଷକ ସମ୍ମାନ

0

ନୂଆ ଦିଲ୍ଲୀ; ଆଜି ପବିତ୍ର ଗୁରୁଦିବସ ଅବସରରେ ଦିଲ୍ଲୀ ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ୪୫ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିରେ ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ମିଳିଛି ଜାତୀୟ ଶିକ୍ଷକ ସମ୍ମାନ-୨୦୨୫। ଶିକ୍ଷକ ଦ୍ୱୟ ହେଲେ ମାଲକାନଗିରିର ବସନ୍ତ ରଣା ଓ କୋରାପୁଟର ତରୁଣ ଦାଶ। ବସନ୍ତ ରଣା ମାଲକାନଗିରି କୋଣ୍ଡେଲ ନିୟୁ ହାଇସ୍କୁଲର ଶିକ୍ଷକ ଥିବାବେଳେ ଶିକ୍ଷକ ତରୁଣ ଦାଶ କୋରାପୁଟ ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି।

ମାଲକାନଗିରି ଜିଲ୍ଲା କୋଣ୍ଡେଲ ନୂତନ ସରକାରୀ ଉଚ୍ଚବିଦ୍ୟାଳୟର ଶିକ୍ଷକତା କରୁଛନ୍ତି ବସନ୍ତ। ସେହିପରି କୋରାପୁଟ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ଯାଳୟରେ ଶିକ୍ଷକ ଅଛନ୍ତି ତରୁଣ। ଗୁରୁଦିବସରେ ଉଭୟଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର କୁନି କୁନି ପିଲାଙ୍କୁ ଭଲ ପାଉଥିବା ଶିକ୍ଷକ ଓ ଶିକ୍ଷାକୁ ବୃତ୍ତି ଭାବେ ବାଛି ନେଇଥିବା ଶିକ୍ଷକ ବସନ୍ତ କୁମାର ରଣା ୨୦୨୫ ମସିହା ପାଇଁ ପାଇଛନ୍ତି ଜାତୀୟ ଶିକ୍ଷକ ପୁରସ୍କାର। ମାଲକାନଗିରି ଜିଲ୍ଲାର କୋଣ୍ଡେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ବସନ୍ତ କୁମାର ରଣା ଚଳିତ ବର୍ଷ ପାଇଁ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସଦା ସର୍ବଦା ଚେଷ୍ଟିତ ଏହି ଶିକ୍ଷକ ଛାତ୍ରଛାତ୍ରୀମାନଙ୍କ ପାଇଁ ଉତ୍ସର୍ଗୀକୃତ। ସେ ଏହି ପୁରସ୍କାର ପାଇଁ ୫୦୦୦୦ ଅର୍ଥ ରାଶି ଓ ମାନ ପତ୍ର ଗ୍ରହଣ କରିଛନ୍ତି। ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ମାଲକାନଗିରି ଚିତ୍ତ ରଞ୍ଜନ ପାଣିଗ୍ରାହୀ ଉକ୍ତ ଶିକ୍ଷକଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି।

Leave A Reply

Your email address will not be published.