ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଲାଲକିଲ୍ଲା ପରିସରରୁ ୧ କୋଟିର କଳସ ଚୋରି ଘଟଣା, ଅଭିଯୁକ୍ତ ଗିରଫ

0

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରସିଦ୍ଧ ଲାଲକିଲ୍ଲା ପରିସରରୁ ଏକ ଜୈନ ଧାର୍ମିକ ସମାରୋହରୁ ପ୍ରାୟ ୧ କୋଟି ଟଙ୍କାର ଏକ କଳସ ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି କଳସ ସୁନା ଏବଂ ହୀରାରେ ଜଡିତ ଥିଲା।

ସୂଚନା ଅନୁଯାୟୀ, ଏହି ଚୋରି ଘଟଣା ସେପ୍ଟେମ୍ବର ୩ରେ ଏକ ପ୍ରାର୍ଥନା ସମାରୋହ ସମୟରେ ଘଟିଥିଲା। ବର୍ତ୍ତମାନ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଥିବା ସମୟରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲା ସମ୍ମୁଖ ପାର୍କରୁ ୧ କୋଟି ଟଙ୍କାର କଳସ ଚୋରି ମାମଲାରେ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଛି। କ୍ରାଇମବ୍ରାଞ୍ଚ ଉତ୍ତର ପ୍ରଦେଶର ହାପୁରରୁ ଭୂଷଣ ବର୍ମା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସିସିଟିଭି ଫୁଟେଜ୍ ଆଧାରରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କୁ ଉତ୍ତର ପ୍ରଦେଶର ହାପୁରରୁ ଗିରଫ କରିଥିଲା।
ପୋଲିସ ସୂତ୍ର ଅନୁଯାୟୀ, ଅଭିଯୁକ୍ତ ଜୈନ ସମ୍ପ୍ରଦାୟର ନୁହେଁ କିନ୍ତୁ ସିସିଟିଭି ଫୁଟେଜ୍ ଦର୍ଶାଉଛି ଯେ ସେ ଯେପରି ଧୋତି ଏବଂ ଚୁନି ପିନ୍ଧିଥିଲେ, ତାହା ଜୈନ ସମ୍ପ୍ରଦାୟ ସେମାନଙ୍କର ପୂଜା ସମୟରେ ପିନ୍ଧିଥାନ୍ତି। ତେବେ ଏହି ଘଟଣାଟି ବହୁ ଯୋଜନାବଦ୍ଧ ଭାବରେ କରାଯାଇଥିଲା ବୋଲି ଜଣାପଡ଼ିଛି।

Leave A Reply

Your email address will not be published.