ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ସମ୍ ହସ୍ପିଟାଲ୍‌ରେ ଚତୁର୍ଥ ଥର ପାଇଁ ଅଙ୍ଗଦାନ ପ୍ରକ୍ରିୟା ସମ୍ପନ୍ନ

0

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ରେ ସୋମବାର ଜଣେ ୫୨ ବର୍ଷୀୟ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଠାରୁ ଯକୃତ ବାହାର କରାଯାଇ ଭୁବନେଶ୍ୱରର ଅନ୍ୟ ଏକ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ନିମନ୍ତେ ପ୍ରେରଣ କରାଯାଇଛି। ଗତ ଅଗଷ୍ଟ ୩୧ରେ ଏକ ସଡ଼କ ଦୁର୍ଘଟଣାରେ ଗଭୀର ଆଘାତ ପାଇଥିବା ଜଣେ ସୁରକ୍ଷାକର୍ମୀଙ୍କୁ ଚିକିତ୍ସା ନିମନ୍ତେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲକୁ ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ରବିବାର ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା।

ଭୁବନେଶ୍ୱର ଉପକଣ୍ଠ ଛତାବରରେ ଏକ ଅନୁଷ୍ଠାନରେ ସିକ୍ୟୁରିଟି ଗାର୍ଡ ଥିବା ହୁଲାସ ଦିହୁଡି ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ତାଙ୍କୁ ଏକ ବାଇକ ଚାଳକ ଧକ୍କା ଦେବା ଫଳରେ ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ତୁରନ୍ତ ସମ ହସ୍ପିଟାଲ୍‌ରେ ଭର୍ତି କରାଯିବା ପରେ ସେ ଭେଂଟିଲେଟର ସାହାଯ୍ୟରେ ଚିକିତ୍ସାଧୀନ ଥିଲେ।

ସେ ଟ୍ରମାଟିକ୍ ବ୍ରେନ୍ ଇଞ୍ଜୁରିର ଶିକାର ହୋଇଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସି ନଥିଲା। ଅନେକ ଚିକିତ୍ସା ସତ୍ୱେ ତାଙ୍କୁ ବ୍ରେନ୍ ଡେଡ ବୋଲି ପରିବାର ସଦସ୍ୟଙ୍କୁ ଜଣାଇ ଦିଆଯାଇଥିଲା ବୋଲି ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସୂଚନା ଦେଇଛନ୍ତି।

ଏହାପରେ ପରିବାର ସଦସ୍ୟମାନେ ଅନ୍ୟର ଜୀବନ ବଂଚାଇବା ପାଇଁ ତାଙ୍କର ଅଙ୍ଗଦାନ କରିବା ନିମନ୍ତେ ନିଷ୍ପତି ନେଇଥିଲେ। ହସ୍ପିଟାଲ୍ କର୍ତୃପକ୍ଷ ଷ୍ଟେଟ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ସୋଟୋ) ଏବଂ ନ୍ୟାସନ୍‌ାଲ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ନୋଟୋ) ସହ ଯୋଗାଯୋଗ କରି ଅଙ୍ଗ ବାହାର କରି ପ୍ରତ୍ୟାରୋପଣ ପ୍ରକ୍ରିୟାର ପ୍ରସ୍ତୁତି କରିଥିଲେ। ଏହାକୁ ମିଶାଇ ସମ୍ ହସ୍ପିଟାଲରେ ୪ର୍ଥ ଥର ପାଇଁ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଶରୀରରୁ ଅଙ୍ଗ ବାହାର କରାଯାଇ ଅନ୍ୟ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରିବା ପ୍ରକ୍ରିୟା ସମ୍ପନ୍ନ କରାଯାଇଥିବା ପ୍ରଫେସର ସାମନ୍ତସିଂହାର କହିଥିଲେ।

Leave A Reply

Your email address will not be published.