ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ବଢିଲା ବିଡିଓଙ୍କ ଆର୍ଥିକ କ୍ଷମତା

0

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ବଢିଲା ବିଡିଓଙ୍କ କ୍ଷମତା। ବିଡିଓଙ୍କ ଆର୍ଥିକ କ୍ଷମତାକୁ ବଢାଇଲେ ରାଜ୍ୟ ସରକାର। ଏ ନେଇ ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି। ପଞ୍ଚାୟତ ସମିତି କାର୍ଯ୍ୟର ବିଲ୍ ପାସ୍ ପାଇଁ ବିଡିଓଙ୍କ ଆର୍ଥିକ କ୍ଷମତା ୨ରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିରେ ଆଉ ଅଧ୍ୟକ୍ଷଙ୍କ ପ୍ରତିସ୍ବାକ୍ଷର ରହିବା ଆବଶ୍ୟକ ନାହିଁ। ଏଣିକି ମନରେଗା ବ୍ୟତୀତ ଅନ୍ୟ ବିକାଶମୂଳକ ଯୋଜନା ପାଇଁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଶାସନିକ ଅନୁମୋଦନ ଦେଇପାରିବେ ବିଡିଓ।

ରାଜ୍ୟ କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଗ୍ରାମ ପଞ୍ଚାୟତ ସମିତିସ୍ତରରେ ବୃଦ୍ଧି ପାଇଥିବା ପାଣ୍ଠିର ପ୍ରବାହ ଓ ବିକାଶମୂଳକ କାର୍ଯ୍ୟର ପରିମାଣକୁ ଦୃଷ୍ଟିରେ ରଖି ଓଡ଼ିଶା ପଞ୍ଚାୟତ ସମିତି ହିସାବ ପ୍ରଣାଳୀ ନିୟମାବଳୀ-୨୦୦୨ ଅଧୀନରେ ନିର୍ଦ୍ଧାରିତ ବୈଷୟିକ ମଞ୍ଜୁରୀ ଓ ପ୍ରଶାସନିକ ଅନୁମୋଦନ କ୍ଷମତାକୁ ବୃଦ୍ଧି କରାଯାଇଛି। ଏଣିକି ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ)ମାନଙ୍କର ପଞ୍ଚାୟତସମିତି କାର୍ଯ୍ୟର ବିଲ୍‌ ପାସ୍‌ କରିବା ପାଇଁ ଆର୍ଥିକ କ୍ଷମତା ୧୦ ଲରିବ ଟଙ୍କାକୁ ବୃଦ୍ଧି କରାଯାଇଛି।

ମୁଖ୍ୟ ସଚିବ କହିଛନ୍ତି, ସାଧାରଣ ବିକାଶମୂଳକ କାର୍ଯ୍ୟଗୁଡ଼ିକ ପାଇଁ ବୈଷୟିକ ମଞ୍ଜୁରୀ ଏବଂ ପ୍ରଶାସନିକ ଅନୁମୋଦନ ପୂର୍ବରୁ ଯାହା ଥିଲା, ତାହାକୁ ବୃଦ୍ଧି କରାଯାଇଛି। କନିଷ୍ଠ ତଥା ସହକାରୀ ଯନ୍ତ୍ରୀମାନେ ଏବେ ୫ ଲକ୍ଷ ପର୍ଯ୍ୟନ୍ତ ବୈଷୟିକ ମଞ୍ଜୁରୀ ପ୍ରଦାନ କରିପାରିବେ। ସହକାରୀ ନିର୍ବାହୀ ଯନ୍ତ୍ରୀମାନଙ୍କୁ ୫ ଲକ୍ଷରୁ ୨୦ ଲକ୍ଷ ପର୍ଯ୍ୟନ୍ତ କ୍ଷମତା ମିଳିଥିବାବେଳେ ନିର୍ବାହୀ ଯନ୍ତ୍ରୀମାନେ ୨୦ ଲକ୍ଷରୁ ୧ କୋଟି, ଅଧୀକ୍ଷଣ ଯନ୍ତ୍ରୀମାନେ ୧ କୋଟିରୁ ୪ କୋଟି ପର୍ଯ୍ୟନ୍ତ ଏବଂ ୪ କୋଟିରୁ ଅଧିକ ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀଙ୍କ ଦ୍ବାରା ବୈଷୟିକ ମଞ୍ଜୁରୀ ପ୍ରଦାନ କରାଯିବ।

ସେହିପରି ସାଧାରଣ ବିକାଶମୂଳକ ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ବ୍ୟତୀତ)ରେ ପ୍ରଶାସନିକ ଅନୁମୋଦନ କ୍ଷମତା ମଧ୍ୟ ବୃଦ୍ଧି କରାଯାଇଛି। ବିଡିଓ ୨୦ ଲକ୍ଷ ପର୍ଯ୍ୟନ୍ତ, ପଞ୍ଚାୟତ ସମିତି ଅଧ୍ୟକ୍ଷ ୨୦ ଲକ୍ଷରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ ୫୦ ଲକ୍ଷରୁ ଅଧିକ ଟଙ୍କାର ପ୍ରକଳ୍ପରେ ଅନୁମୋଦନ ପ୍ରଦାନ କରିପାରିବେ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନା ଅଧୀନରେ ବିକାଶମୂଳକ କାର୍ଯ୍ୟ ପାଇଁ ପ୍ରଶାସନିକ ଅନୁମୋଦନ କ୍ଷମତା ମଧ୍ୟ ବୃଦ୍ଧି କରାଯାଇଛି। ବିଡିଓମାନେ ୨୦ ଲକ୍ଷ ପର୍ଯ୍ୟନ୍ତ, ପଞ୍ଚାୟତ ସମିତି ଅଧ୍ୟକ୍ଷ ୨୦ ଲକ୍ଷରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ଜିଲାପାଳ ୫୦ ଲକ୍ଷ ଟଙ୍କାରୁ ଅଧିକ ପ୍ରକଳ୍ପ ନିମନ୍ତେ ଅନୁମୋଦନ ପ୍ରଦାନ କରିପାରିବେ। ଏହି ସଂଶୋଧନଗୁଡ଼ିକ ବିଲ୍‌ ପାସ୍‌ କରିବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବ ଏବଂ ସମସ୍ତ ପଞ୍ଚାୟତ ସମିତିରେ ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ଦିଗରେ ସହାୟକ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

Leave A Reply

Your email address will not be published.