ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ସୋଆ ଯୁବ ସାହିତ୍ୟ ପୁରସ୍କାର-୨୦୨୫ ପାଇଁ ପୁସ୍ତକ ଆମନ୍ତ୍ରଣ

0

ଭୁବନେଶ୍ବର; ଓଡ଼ିଆ ସାହିତ୍ୟର ପ୍ରତିଶ୍ରୁତି ସମ୍ପନ୍ନ ଯୁବ ସାହିତ୍ୟିକଙ୍କୁ ସମ୍ମାନ ଓ ସ୍ୱୀକୃତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଚଳିତବର୍ଷରୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ‘ସୋଆ ଯୁବ ସାହିତ୍ୟ ପୁରସ୍କାର’ ପ୍ରଦାନ ନିମନ୍ତେ ସିଦ୍ଧାନ୍ତ ନେଇଛି। ୪୦ ବର୍ଷ ବୟସ ସୀମା ମଧ୍ୟରେ ସାହିତ୍ୟ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିଥିବା ଲେଖକ ଲେଖିକାଙ୍କର କବିତା, କଥା ସାହିତ୍ୟ, ନାଟକ ଓ ସାହିତ୍ୟ ସମାଲୋଚନା ଭଳି ସାହିତ୍ୟର ବିଭିନ୍ନ ବିଭାଗରେ ରଚିତ ସ୍ୱତନ୍ତ୍ର ସୃଜନଶୀଳ କାର୍ଯ୍ୟକୁ ସମ୍ମାନିତ କରାଯିବ। ଏହି ପୁରସ୍କାର ସ୍ୱରୂପ ଏକ ଲକ୍ଷ ଟଙ୍କାର ଅର୍ଥ ରାଶି, ଉତରୀୟ ଏବଂ ମାନପତ୍ର ପ୍ରଦାନ କରାଯିବ।

ଏଥି ନିମନ୍ତେ ଗତ ୫ ବର୍ଷ (୨୦୨୦ଠାରୁ ୨୦୨୪) ମଧ୍ୟରେ ପ୍ରକାଶିତ ମୌଳିକ ଏବଂ ଶ୍ରେଷ୍ଠ ପୁସ୍ତକକୁ ବିଚାରକୁ ନିଆଯିବ। ଜାନୁଆରୀ ୧, ୨୦୨୫ ସୁଦ୍ଧା ଯେଉଁମାନଙ୍କ ବୟସ ୪୦ ବର୍ଷ ବା ତା’ ଠାରୁ କମ୍ ସେମାନେ ଆବେଦନ କରିପାରିବେ। ସ୍ୱୟଂ ଲେଖକ ବା ପ୍ରକାଶକ ପୁସ୍ତକ ଦାଖଲ କରିପାରିବେ। ପୁସ୍ତକର ଦୁଇଟି ପ୍ରତିଲିପି ସହିତ ଲେଖକଙ୍କ ସଂକ୍ଷିପ୍ତ ପରିଚୟ, ଜନ୍ମ ତାରିଖର ସ୍ୱ-ସ୍ୱାକ୍ଷରିତ ପ୍ରମାଣପତ୍ର (ଆଧାରକାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ବା ଭୋଟର ଆଇଡି) ପଠାଇବା ଆବଶ୍ୟକ। ପ୍ରକାଶକଙ୍କ ପକ୍ଷରୁ ପଠାଗଲେ ଲେଖକଙ୍କ ବୟସ ସ୍ଥିର କରିଥିବା ଶପଥପତ୍ର ଦେବା ଆବଶ୍ୟକ।

ଅକ୍ଟୋବର ୭, ୨୦୨୫ ସୁଦ୍ଧା ପୁସ୍ତକ ‘ପ୍ରଫେସର ଓ ମୁଖ୍ୟ, ପ୍ରାଚୀନ, ଜେ-୧୫, ଶିକ୍ଷା ଓ ଅନୁସନ୍ଧାନ, ଖଣ୍ଡଗିରି, ଭୁବନେଶ୍ୱର-୩୦, ଓଡ଼ିଶା ଠିକଣାରେ ପଠାଇବାକୁ ଆହ୍ୱାନ କରାଯାଉଛି।

Leave A Reply

Your email address will not be published.