ଵିଜାପୁର: ଛତିଶଗଡ଼-ମାଲକାନଗିରି ସୀମନ୍ତରେ ପୁଣି ଏନ୍କାଉଣ୍ଟର। ୨ ହାର୍ଡକୋର୍ ମାଓବାଦୀ ନିହତ। ଵିଜାପୁର ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହେବାଫଳରେ ନିହତ ହୋଇଛନ୍ତି ୨ ମାଓବାଦୀ। ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।
୨ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି ସୁରକ୍ଷାକର୍ମୀ। ପୋଲିସର ଏନକାଉଣ୍ଟରରେ ଆହୁରି ଅଧିକ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା ରହିଛି। ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରାଯାଇଛି। ଏବେ ବି ଗୁଳି ବିନିମୟ ଜାରି ରହିଛି।
ଅନ୍ୟପଟେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧରେ ବଡ଼ ଧରଣର ମାଓ ଅପରେସନ ଚାଲିଛି। ପୋଲିସ ଓ ମାଓବାଦୀ ମଧ୍ୟରେ ଆଜି ବି ଗୁଳିବିନିମୟ ଜାରି ରହିଛି। ଗରିଆବନ୍ଧର ଇ-୩୦, ଏସଟିଏଫ ଏବଂ ସିଆରପିଏଫର କୋବ୍ରା ଜବାନ ମିଳିତ ଭାବେ ଅପରେସନକୁ ଜୋରଦାର କରିଛନ୍ତି। ଏବେବି ଜଙ୍ଗଲରେ ନକ୍ସଲଙ୍କ ମୃତଦେହ ପଡି ରହିଛି।
Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୧୫୦ଟି ନୂଆ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
Prev Post