ଵିଜାପୁର: ଛତିଶଗଡ଼-ମାଲକାନଗିରି ସୀମନ୍ତରେ ପୁଣି ଏନ୍କାଉଣ୍ଟର। ୨ ହାର୍ଡକୋର୍ ମାଓବାଦୀ ନିହତ। ଵିଜାପୁର ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହେବାଫଳରେ ନିହତ ହୋଇଛନ୍ତି ୨ ମାଓବାଦୀ। ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।
୨ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି ସୁରକ୍ଷାକର୍ମୀ। ପୋଲିସର ଏନକାଉଣ୍ଟରରେ ଆହୁରି ଅଧିକ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା ରହିଛି। ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରାଯାଇଛି। ଏବେ ବି ଗୁଳି ବିନିମୟ ଜାରି ରହିଛି।
ଅନ୍ୟପଟେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧରେ ବଡ଼ ଧରଣର ମାଓ ଅପରେସନ ଚାଲିଛି। ପୋଲିସ ଓ ମାଓବାଦୀ ମଧ୍ୟରେ ଆଜି ବି ଗୁଳିବିନିମୟ ଜାରି ରହିଛି। ଗରିଆବନ୍ଧର ଇ-୩୦, ଏସଟିଏଫ ଏବଂ ସିଆରପିଏଫର କୋବ୍ରା ଜବାନ ମିଳିତ ଭାବେ ଅପରେସନକୁ ଜୋରଦାର କରିଛନ୍ତି। ଏବେବି ଜଙ୍ଗଲରେ ନକ୍ସଲଙ୍କ ମୃତଦେହ ପଡି ରହିଛି।
ପ୍ରମୁଖ ଖବର
ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍ କଟ୍