ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଆଇଏଏସ ସ୍ତରରେ ଅଦଳବଦଳ

0

ଭୁବନେଶ୍ବର: ଆଇଏଏସ ସ୍ତରରେ ଅଦଳବଦଳ। ରାଜ୍ୟ ସରକାର ଶୁକ୍ରବାର ଭାରତୀୟ ପ୍ରଶାସନିକ ଅଧିକାରୀ ମାନଙ୍କୁ ଅଦଳବଦଳ କରିଛନ୍ତି। ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦିଆଯାଇଥିବା ବେଳେ କେତେ ଜଣଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇଛି।

ଅଞ୍ଜନା ପଣ୍ଡାଙ୍କୁ ଆୟୁଷ ନିର୍ଦ୍ଦେଶକ ଏବଂ ପ୍ରେମଜିତ୍ ନାୟକଙ୍କୁ ଅନୁସୂଚିତ ଜାତି/ଜନଜାତି ଓ ପଛୁଆବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। ପି ଅନ୍ୱେଷା ରେଡ୍ଡୀଙ୍କୁ ଆଇଜିଆର କଟକର ଅତିରିକ୍ତ ଦାୟିତ୍ୱ ମିଳିଛି । ବିଜୟ ଅମୃତ କୁଲାଙ୍ଗେଙ୍କୁ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଏହି ଅଦଳବଦଳ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ଦକ୍ଷ ଓ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ କରାଯାଇଛି।

Leave A Reply

Your email address will not be published.