ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଗଛ ଲଗାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

0

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ୭୫ତମ ଜନ୍ମଦିନ। ଏହି ଉପଲକ୍ଷେ ଗଛ ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ବର ଏକାମ୍ର କଲେଜ ପରିସରରେ ମୁଖ୍ୟମନ୍ତ୍ରୀ ‘ଏକ ପେଡ୍‌ ମାକେ ନାମ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଗଛ ଲଗାଇଛନ୍ତି।

ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ୭୫ତମ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କର ଦୀର୍ଘ, ସୁସ୍ଥ ଏବଂ ନିରାମୟ ଜୀବନ କାମନା କରିବା ସହ ସେ ଆହୁରି ଉତ୍ସାହ, ଆଗ୍ରହ ଓ କଠିନ ପରିଶ୍ରମ ସହ ଜନସେବା କରନ୍ତୁ ଏହା ହିଁ କାମନା। ଏହାସହ ଆଜି ସାରା ରାଜ୍ୟରେ ୭୫ ଲକ୍ଷ ବୃକ୍ଷରୋପଣ କରିବେ ରାଜ୍ୟ ସରକାର। ଓଡ଼ିଶାକୁ ସବୁଜ-ସୁନ୍ଦର କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକାମ୍ର ମହାବିଦ୍ୟାଳୟ ଠାରେ ଏକ ପେଡ୍‍ ମା କେ ନାମ୍‍ କାର୍ଯ୍ୟକ୍ରମରେ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ। ଏହାସହିତ ରାଜ୍ୟର ବିଭିନ୍ନ ପୁଲିସ କାର୍ଯ୍ୟାଳୟରେ ଚାରା ରୋପଣ କରାଯାଇଥିବା ବେଳେ ବିଭିନ୍ନ କଲେଜ ଓ ସରକାରୀ ଅଫିସରେ ମାଙ୍କ ନାମରେ ଏକ ଗଛ ଲଗାଯାଇଛି।

Leave A Reply

Your email address will not be published.