ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ସୋଆ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ‘ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍‌’ ଶୀର୍ଷକ କର୍ମଶାଳା ଆୟୋଜିତ

0

ଭୁବନେଶ୍ୱର, ସେପ୍ଟେମ୍ବର ୧୭: ଡିଜିଟାଲାଇଜେସନ୍ ଆମ ଜୀବନକୁ ଭିନ୍ନ ଏବଂ ଅଧିକ ସୁରକ୍ଷିତ କରିଛି। ଭାରତରେ ବିଶ୍ୱର ସର୍ବାଧିକ ସାର୍ବଜନୀନ ଭିତିଭୂମି ରହିଥିବା ବେଳେ ପ୍ରତ୍ୟେକ ଭାରତୀୟ ପରସ୍ପର ସହିତ ଯୋଡ଼ି ହୋଇ ରହିବାର ଆବଶ୍ୟକତା ରହିଛି। ଏହା ପୂରଣ କରିବାରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ବଳିଷ୍ଠ ଅବଦାନ ରହିଛି ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ।

ବୁଧବାର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ୭୫ତମ ଜନ୍ମ ଦିବସ ପାଳନ ଅବସରରେ ସୋଆ ପକ୍ଷରୁ ଆୟୋଜିତ ‘ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ଆଣ୍ଡ ଇନୋଭେସନ୍ – ଏମ୍ପାୱାରିଙ୍ଗ ସିଟିଜେନ୍ସ ଇନ୍ ଦ ନ୍ୟୁ ଏରା’ ଶୀର୍ଷକ କର୍ମଶାଳାରେ ଅଧ୍ୟକ୍ଷତା କରିବା ପରିପ୍ରେକ୍ଷୀରେ ସୋଆ କୁଳପତି ପ୍ରଫେସର ନନ୍ଦ ପ୍ରଧାନମନ୍ତ୍ରୀଙ୍କର ସୁସ୍ଥ ଏବଂ ସୁଖୀ ଜୀବନ କାମନା କରିବା ସହ ଶ୍ରୀ ମୋଦିଙ୍କ କାର୍ଯ୍ୟଧାରା ଆମ ସମସ୍ତଙ୍କ ଜୀବନକୁ ସ୍ପର୍ଶ କରିଛି ବୋଲି କହିଛନ୍ତି। ୟୁପିଆଇ ଟ୍ରାଞ୍ଜାକ୍ସନ୍‌ର ଉଦାହରଣ ଦେଇ କୁଳପତି କହିଛନ୍ତି ଯେ ଏହା ଅର୍ଥନୀତି କ୍ଷେତ୍ରକୁ ଅଧିକ ସୁରକ୍ଷିତ କରିଛି। ସେହିପରି ଆଧାର କାର୍ଡ ଭଳି ଆପାର ଆଇଡି ମଧ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଧିକ ଲାଭଦାୟକ ହୋଇଥିବା କୁଳପତି କହିଛନ୍ତି।
କାର୍ଯ୍ୟକ୍ରମରେ ଉପକୁଳପତି ପ୍ରଫେସର ନୀତା ମହାନ୍ତି ଯୋଗ ଦେଇ ଭାରତ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ କ୍ଷେତ୍ରରେ ନେତୃତ୍ୱ ନେବା ବେଳେ ଏହାର ସବୁ ଶ୍ରେୟ ଶ୍ରୀ ମୋଦିଙ୍କୁ ଯାଉଛି ବୋଲି କହିଥିଲେ।

ସେହିପରି କର୍ମଶାଳାରେ ଅନ୍ୟତମ ବକ୍ତା ଭାବେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର କହିଥିଲେ ଯେ ବର୍ତମାନ ଡିଜିଟାଲ୍ ପେମେଂଟ ସହିତ ଟେଲି ମେଡିସିନ, ଟେଲି ଆଇସିୟୁ, ଡିଜି ଲକର ଏବଂ ହେଲ୍‌ଥ ଲକର ଭଳି ଡିଜିଟାଲ ପ୍ରକ୍ରିୟା ଆମ ସମସ୍ତଙ୍କ ପାଇଁ ହିତକାରୀ ସାବ୍ୟସ୍ତ ହୋଇଛି। ଏହା କେବଳ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ସଫଳ ହୋଇପାରିଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସୋଆ କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହ ତାଙ୍କର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ମନ୍ କି ବାତ’ ସମାଜର ପ୍ରତ୍ୟେକ ବର୍ଗ ଏବଂ ସ୍ତରକୁ ଛୁଇଁଥିବା କହିଥିଲେ। କାର୍ଯ୍ୟକ୍ରମରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍‌ର ଡିନ୍ ପ୍ରଫେସର ଅୟସ କାନ୍ତ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍କୁଲ ଅଫ୍ ଫାର୍ମସ୍ୟୁଟିକାଲ୍ ସାଇନ୍‌ସେସ୍‌ର ଡିନ୍ ଇନ୍‌ଚାର୍ଜ ପ୍ରଫେସର ପ୍ରତାପ କୁମାର ସାହୁ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମକୁ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପରିଚାଳନା କରିଥିବା ବେଳେ ଆଇବିସିଏସ୍‌ର ଡକ୍ଟର ଆଶିଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.