ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ଅବକାରୀ ବିଭାଗକୁ ବଡ଼ ସଫଳତା। ନିଶା ବେପାରୀମାନଙ୍କ ଠାରୁ ୧୦୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବାବେଳେ, ୨ ଜଣ ବ୍ରାଉନସୁଗାର ବେପାରୀ ଗିରଫ ହୋଇଛନ୍ତି। ଏହା ସହ ସେମାନଙ୍କ ନିକଟରୁ ଦୁଇଟି ବାଇକ୍, ପାଞ୍ଚ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ରହିଛି।
ଗିରଫ ବ୍ରାଉନସୁଗାର ବେପାରୀମାନେ ବିକ୍ରି ଉଦ୍ଦେଶ୍ୟରେ ଏହାକୁ କିଣିଥିଲେ। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଦୁଇଟି ଭିନ୍ନଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ସମଲ ଥାନା ପରାବିଲ ଅଞ୍ଚଳର ଦେବାନନ୍ଦ ଦେହୁରୀ ବିକ୍ରି ପାଇଁ ବାଇକ ଯୋଗେ ବ୍ରାଉନସୁଗାର ନେଉଥିବା ପରାବିଲ ଠାରେ ଚଢ଼ାଉ କରି ତାଙ୍କ ନିକଟରୁ ୬୭ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲେ ଅବକାରୀ ବିଭାଗ।
ସେହିପରି ପରାବିଲ ଅଞ୍ଚଳର ତାପସ କୁମାର ପ୍ରଧାନ ସେମାନଙ୍କ ନିକଟରୁ ୩୭ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୪୦ ହଜାର ଟଙ୍କା ହେବ। ଉଭୟ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।