ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାର ମିରିକରେ ଅଭାବନୀୟ ଘଟଣା ଘଟିଛି। ଦାର୍ଜିଲିଂ ଜିଲାର ମିରିକରେ ଭୂସ୍ଖଳନ ଯୋଗୁ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଦାର୍ଜିଲିଂ ସହର ଏବଂ ପର୍ଯ୍ୟଟନସ୍ଥଳୀ ମିରିକ ଏବଂ କର୍ସିଓଙ୍ଗକୁ ସଂଯୋଗ କରୁଥିବା ଡୁଡିଆ ଲୁହା ସେତୁ ମଧ୍ୟ ଭୁଶୁଡ଼ି ପଡ଼ିଛି। ପ୍ରବଳ ବର୍ଷା ଯୋଗୁ ସିଲିଗୁଡ଼ି-ଦାର୍ଜିଲିଂ ରାଜ୍ୟ ରାଜପଥ ୧୨ ରେ ଯାନବାହାନ ଚଳାଚଳ ବନ୍ଦ ରହିଛି।
ସ୍ଥାନୀୟ ପ୍ରଶାସନ ଏବଂ ବିପର୍ଯ୍ୟୟ ପରିଚାଳନା ଦଳ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ଆରମ୍ଭ କରିଛନ୍ତି, କିନ୍ତୁ ନିରନ୍ତର ବର୍ଷା ଏବଂ ଖସିପଡ଼ିବା ରାସ୍ତା ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। ପ୍ରଶାସନ ଲୋକମାନଙ୍କୁ ପାହାଡିଆ ରାସ୍ତା ଏବଂ ନଦୀ କୂଳରୁ ଦୂରେଇ ରହିବାକୁ ନିବେଦନ କରିଛି।
ଭୂସ୍ଖଳନ ଯୋଗୁଁ ରାସ୍ତା ଗୁଡିକ କାଦୁଅ ତଳେ ପୋତିହୋଇରହିଛି। ସେପଟେ ଲଘୁଚାପ କ୍ଷେତ୍ର ପ୍ରଭାବରେ ସୋମବାର ସକାଳ ପର୍ଯ୍ୟନ୍ତ ଉପ ହିମାଳୟ ପଶ୍ଚିମବଙ୍ଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଦାର୍ଜିଲିଂ , କାଲିମପଙ୍ଗ, କୁଚ୍ ବିହାର, ଜଳପାଇଗୁଡି ଏବଂ ଆଲିପୁରଦୁଆରରେ ଅତି ପ୍ରବଳ ହେବା ନେଇ ସତର୍କତା ଜାରି କରାଯାଇଛି।
ପ୍ରମୁଖ ଖବର
ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ