ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ ହେଲେ ଓଡ଼ିଶାର ଦୁଇ ଆଇଟିଆଇ ଛାତ୍ର

0

ନୂଆଦିଲ୍ଲୀ: ରବିବାର ଦିନ ନୂଆଦିଲ୍ଲୀରେ ଆୟୋଜିତ ଚତୁର୍ଥ କୌଶଳ ଦୀକ୍ଷାନ୍ତ ସମାରୋହରେ ଓଡ଼ିଶାର ଦୁଇ ସରକାରୀ ଆଇଟିଆଇ ଛାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି। ଦୁଇ କୃତୀ ଛାତ୍ର ହେଲେ ପ୍ରମୋଦ ଦଳପତି ଏବଂ ଜିତେନ୍ଦ୍ର ପ୍ରଧାନ।
ଗଞ୍ଜାମ ଜିଲ୍ଲାର ୨୫ ବର୍ଷୀୟ ଜିତେନ୍ଦ୍ର କ୍ରାଫ୍ଟ ପ୍ରଶିକ୍ଷକ ତାଲିମ ଯୋଜନା (CITS) ଅଧୀନରେ ଇଲେକ୍ଟ୍ରିସିଆନ୍ ଟ୍ରେଡରେ ଅଲ୍ ଇଣ୍ଡିଆ ଟ୍ରେଡ୍ ଟେଷ୍ଟ (AITT)ରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ସେ ଗଞ୍ଜାମର ସରକାରୀ ଆଇଟିଆଇ ହିଞ୍ଜିଳିକାଟୁର ଛାତ୍ର। ସେହିପରି ଫୁଲବାଣୀର ସରକାରୀ ଆଇଟିଆଇର ଛାତ୍ର ପ୍ରମୋଦ ଇଲେକ୍ଟ୍ରୋନିକ୍ସ ମେକାନିକ୍ ଟ୍ରେଡରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଦୁଇ ଛାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ସେ ଏକ ପୋଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଠାରୁ ‘କୌଶଳ ଦୀକ୍ଷାନ୍ତ ସମାରୋହ’ରେ ‘ଅଲ୍ ଇଣ୍ଡିଆ ଟପର୍ ଆୱାର୍ଡ ୨୦୨୫’ ଗ୍ରହଣ କରିଥିବା ଓଡ଼ିଶାର କୃତୀ ଛାତ୍ର ପ୍ରମୋଦ ଦଳପତି ଏବଂ ଜିତେନ୍ଦ୍ର ପ୍ରଧାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଉଭୟଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.