ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଆସନ୍ତା ୨-୩ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

0

ଅକ୍ଟୋବର ଶେଷ ୧୦ ଦିନରେ ବଙ୍ଗୋପସାଗରରେ ସୃଷ୍ଟି ହେବ ୨ଟି ଲଘୁଚାପ, ଅଧିକ ଘନୀଭୂତ ପାଇଁ ପାଗ ଅନୁକୂଳ

ଭୁବନେଶ୍ୱର: ଆସନ୍ତା ୨-୩ ଦିନ ଯାଏଁ ବାୟୁ ପ୍ରବାହରେ ଅସ୍ଥିରତା ଯୋଗୁ ଉପକୂଳ ଓଡ଼ିଶା ସମେତ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେଉଁଝର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ବୌଦ୍ଧ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି।

ସକ୍ରିୟ ରହିବ ବଙ୍ଗୋପସାଗର। ଅକ୍ଟୋବର ଶେଷ ୧୦ ଦିନରେ ଦକ୍ଷିଣ ବଙ୍ଗୋପସାଗରରେ ୨ ଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ସିଷ୍ଟମ ଗୁଡ଼ିକ ଘନୀଭୂତ ହେବା ପାଇଁ ଉଭୟ ସାମୁଦ୍ରିକ ଓ ବାୟୁମଣ୍ଡଳ ଉପାଦାନ ଗୁଡ଼ିକ ଅନୁକୂଳ ରହିଛି।

ଏବେ ଦକ୍ଷିଣ ଆଣ୍ଡମାନ ସାଗର ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି ଏହା ଆସନ୍ତା ୨୧ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ – ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଦକ୍ଷିଣ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇପାରେ। ପ୍ରାଥମିକ ଆକଳନ ଅନୁଯାୟୀ ଏହା ଉତ୍ତର ତାମିଲନାଡୁ – ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ଗତି କରିପାରେ। ଏହି କ୍ଷେତ୍ରର ପ୍ରତ୍ୟେକ୍ଷ ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ। ତେବେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ଏହି କ୍ଷେତ୍ର ପ୍ରଭାବରେ ବର୍ଷା ହୋଇପାରେ।

ତେବେ ୨୬ ତାରିଖ ବେଳକୁ ପୁଣି ଦକ୍ଷିଣ ଆଣ୍ଡମାନ ସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି କିଛି ମଡେଲ ଆକଳନ କରୁଛନ୍ତି ତେବେ ଏହାର ତୀବ୍ରତା ଓ ଗତିପଥ ବିଷୟରେ ସୂଚନା ମିଳିପାରିନାହିଁ।

ଅଧ୍ୟାପକ- ସାର୍ଥକ ମିଶ୍ର

Leave A Reply

Your email address will not be published.