ପ୍ରମୁଖ ଖବର

୮୪ତମ ରୋଡ କଂଗ୍ରେସ ସମାବେଶ ଉଦ୍‌ଘାଟିତ
କନ୍ଧମାଳ ସୀମା କଳିଙ୍ଗା ଘାଟିରେ ଓଲଟିଲା ବସ୍, ଜଣେ ମୃତ
ଏସଆଇ ପରୀକ୍ଷା ଘୋଟାଲା : ମୁଖ୍ୟ ଅଭିଯୁକ୍ତର ହେବ ଲାଏ ଡିଟେକ୍ସନ୍‌ ଟେଷ୍ଟ
‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ; ଯୋଗ ଦେଲେ ପ୍ରଧାନମନ୍ତ୍ରୀ
ଶ୍ରୀମନ୍ଦିରରେ ପୁଣି ହିଡେନ୍ କ୍ୟାମେରା ଓ ନକଲି ସେବକ
ଓଡ଼ିଆ ଝିଅ ହେଲେ ଝାଡ଼ଖଣ୍ଡ ଡିଜିପି
ଆସନ୍ତାକାଲିଠୁ ୨୦୨୬ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ

ଆସନ୍ତା ୨-୩ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

0

ଅକ୍ଟୋବର ଶେଷ ୧୦ ଦିନରେ ବଙ୍ଗୋପସାଗରରେ ସୃଷ୍ଟି ହେବ ୨ଟି ଲଘୁଚାପ, ଅଧିକ ଘନୀଭୂତ ପାଇଁ ପାଗ ଅନୁକୂଳ

ଭୁବନେଶ୍ୱର: ଆସନ୍ତା ୨-୩ ଦିନ ଯାଏଁ ବାୟୁ ପ୍ରବାହରେ ଅସ୍ଥିରତା ଯୋଗୁ ଉପକୂଳ ଓଡ଼ିଶା ସମେତ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେଉଁଝର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ବୌଦ୍ଧ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି।

ସକ୍ରିୟ ରହିବ ବଙ୍ଗୋପସାଗର। ଅକ୍ଟୋବର ଶେଷ ୧୦ ଦିନରେ ଦକ୍ଷିଣ ବଙ୍ଗୋପସାଗରରେ ୨ ଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ସିଷ୍ଟମ ଗୁଡ଼ିକ ଘନୀଭୂତ ହେବା ପାଇଁ ଉଭୟ ସାମୁଦ୍ରିକ ଓ ବାୟୁମଣ୍ଡଳ ଉପାଦାନ ଗୁଡ଼ିକ ଅନୁକୂଳ ରହିଛି।

ଏବେ ଦକ୍ଷିଣ ଆଣ୍ଡମାନ ସାଗର ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି ଏହା ଆସନ୍ତା ୨୧ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ – ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଦକ୍ଷିଣ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇପାରେ। ପ୍ରାଥମିକ ଆକଳନ ଅନୁଯାୟୀ ଏହା ଉତ୍ତର ତାମିଲନାଡୁ – ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ଗତି କରିପାରେ। ଏହି କ୍ଷେତ୍ରର ପ୍ରତ୍ୟେକ୍ଷ ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ। ତେବେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ଏହି କ୍ଷେତ୍ର ପ୍ରଭାବରେ ବର୍ଷା ହୋଇପାରେ।

ତେବେ ୨୬ ତାରିଖ ବେଳକୁ ପୁଣି ଦକ୍ଷିଣ ଆଣ୍ଡମାନ ସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି କିଛି ମଡେଲ ଆକଳନ କରୁଛନ୍ତି ତେବେ ଏହାର ତୀବ୍ରତା ଓ ଗତିପଥ ବିଷୟରେ ସୂଚନା ମିଳିପାରିନାହିଁ।

ଅଧ୍ୟାପକ- ସାର୍ଥକ ମିଶ୍ର

Leave A Reply

Your email address will not be published.