ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ଦୀପାବଳିରେ ଅଘଟଣ : ମୁମ୍ବାଇ ଅଗ୍ନିକାଣ୍ଡରେ ୬ ମୃତ

0

ମୁମ୍ବାଇ: ଦୀପାବଳିରେ ମୁମ୍ବାଇରେ ଦୁଇଟି ପୃଥକ ସ୍ଥାନରେ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ସକାଳ ସମୟରେ ନଭି ମୁମ୍ବାଇର କାମୋଥେ ଏବଂ ଭସି ଜିଲ୍ଲାରେ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି ବୋଲି ପୋଲିସ୍ କହିଛନ୍ତି।

ସୋମବାର ମଧ୍ୟରାତ୍ରିରେ ସେକ୍ଟର ୧୪ରେ ଭାସିରେ ଥିବା ରହେଜା ରେସିଡେନ୍ସିରେ ୧୦ମ ମହଲାରେ ନିଆଁ ଲାଗିଯାଇଥିଲା। ତେବେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାର ଜଣା ପଡ଼ିଛି। ନିଆଁ ଲାଗିବାର ଖବର ପାଇଁ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା।

ସେହିଭଳି ନଭି ମୁମ୍ବାଇର କମୋଥେରେ ଥିବା ଆମ୍ବେ ଶ୍ରଦ୍ଧା କୋପରେଟିଭ୍ ସୋସାଇଟିରେ ସିଲିଣ୍ଡର ଫାଟି ନିଆଁ ଲାଗିଯାଇଥିଲା। ଏହି ସୋସାଇଟିରେ ଥିବା ଏକ ଫ୍ଲାଟର ତୃତୀୟ ମହଲାରେ ସିଲିଣ୍ଡରର ବିସ୍ଫୋରଣ ଘଟିଥିଲା ଓ ନିଆଁ ଦୃତବେଗରେ ବ୍ୟାପି ଯାଇଥିଲା। ଏଥିରେ ଜଣେ ମା’ ଓ ଝିଅ ଫସିଯାଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଓ ୫ଟି ଅଗ୍ନି ନିର୍ବାପକ ଯନ୍ତ୍ର ଥିବା ସତ୍ତ୍ବେ ମା ଓ ଝିଅଙ୍କୁ ବଞ୍ଚାଇବା ସମ୍ଭବପର ହୋଇପାରିନଥିଲା। ପରିବାରର ଅନ୍ୟ ସଦସ୍ୟମାନେ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ମା’ ଓ ଝିଅଙ୍କୁ କାହିଁକି ରକ୍ଷା କରାଯାଇପାରିଲା ନାହିଁ ଏନେଇ ତଦନ୍ତ ଆରମ୍ଭ ହୋଇଥିବା ପୋଲିସ୍ ଅଧିକାରୀ କହିଛନ୍ତି। ଦୁର୍ଘଟଣାଟି ଭୋର ସକାଳ ୫ଟା ସମୟରେ ଏକ ଘଟିଥିଲା।

Leave A Reply

Your email address will not be published.