ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଟ୍ରକ୍‌-କାର୍‌ ଧକ୍କା: ବିଏସଏଫ ଯବାନ ମୃତ, ୬ ଗୁରୁତର

0

ଆନ୍ଧ୍ରପ୍ରଦେଶ: ଆନ୍ଧ୍ର ସୀମାନ୍ତ ଚିନ୍ତୁରରେ ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଜଣେ ବିଏସଏଫ ଯବାନ ମୃତ, ୬ ଜଣ ଗୁରୁତର। ମୃତ ଯବାନ ୧୪୨ ବାଟାଲିୟନ୍‌ର ଗୌରବ ପାଣ୍ଡେ ସୂଚନା। ଛୁଟି ସାରି ମାଲକାନଗିରି ଫେରୁଥିବା ବେଳେ ବିଳମ୍ବିତ ରାତିରେ ଟ୍ରକକୁ ପିଟିଲା ଇନୋଭା କାର। ୧୪୨ ବାଟାଲିୟନର ବିଏସଏଫ ହାବିଲଦାର ଗୌରବ ପାଣ୍ଡେ ମୃତ।

ଏଣେ ଗୁରୁତର ଆହତ ୬ ଯବାନଙ୍କୁ ତେଲେଙ୍ଗାନା ଭଦ୍ରାଚଲମକୁ ସ୍ଥାନାନ୍ତରିତ କରାଯାଇଛି। ଆଜି ଭୋର ସମୟରେ ଚିନ୍ତୁର ମଣ୍ଡଳର ଚାଟି ଗୋରେଲାଗୁଡେମ୍ କୁନାଭାରାମ ଜଙ୍କସନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଏକ ଇନୋଭା କାରରେ ସାତ ଜଣ ସୀମା ସୁରକ୍ଷା ବାହିନୀ କର୍ମଚାରୀ ଖମ୍ମମରୁ ମାଲକାନଗିରି ଜିଲ୍ଲାର ବାଲିମେଳାକୁ ଯାଉଥିବା ବେଳେ ଏକ କଲଭର୍ଟରେ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟମାନେ ଆହତ ହୋଇଥିଲେ। ସେମାନଙ୍କୁ ଚିନ୍ତୁର ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା ଏବଂ ପରେ ଭଦ୍ରାଚଳମ ହସ୍ପିଟାଲକୁ ପଠାଯାଇଥିଲା। ଚିନ୍ତୁର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.