ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଆରଆଇ ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ

0

ଭୁବନେଶ୍ବର: ଆଜି ରାଜ୍ୟରେ ରାଜସ୍ୱ ନିରୀକ୍ଷକ ଓ ଅମିନ ପରୀକ୍ଷା ଅନୁଷ୍ଠିତ ହେଉଛି। ହେଲେ ଆରମ୍ଭରୁ ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ ଦେଖାଦେଇଛି। ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ ହେବା ଦ୍ୱାରା ପରୀକ୍ଷାର୍ଥୀମାନେ ବିଳମ୍ବରେ କେନ୍ଦ୍ର ଭିତରକୁ ଯାଇଛନ୍ତି।

ଆଜି ଆରଆଇ ଓ ଅମିନ ପାଇଁ ଅନଲାଇନ୍ ପରୀକ୍ଷା ଥିଲା। ସକାଳ ୮ଟାରେ ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ପରୀକ୍ଷାର୍ଥୀମାନେ ୭ ଟା ୩୦ରେ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବାର ଥିଲା। କିନ୍ତୁ ସର୍ଭର ଡାଉନ୍ ହେବା ଦ୍ୱାରା ପରୀକ୍ଷାର୍ଥୀମାନେ ପ୍ରାୟ ଏକ ଘଣ୍ଟା ବିଳମ୍ବରେ କେନ୍ଦ୍ର ଭିତରକୁ ଯାଇଥିଲେ।

ସୂଚନା ଅନୁଯାୟୀ, ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର, ପଟିଆ, ନୟାପଲ୍ଲୀ, ପୁରୀର କାକଟପୁର, ବ୍ରହ୍ମପୁର ଆଦି ସ୍ଥାନରେ ହୋଇଥିବା କେନ୍ଦ୍ରରେ ଏଭଳି ସମସ୍ୟା ଦେଖାଯାଇଛି। ଯାହାକୁ ନେଇ ପରୀକ୍ଷାର୍ଥୀ ଏବଂ ଅଭିଭାବକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବରୁ ମଧ୍ୟ ଆରଆଇ, ଅମିନ ପରୀକ୍ଷାରେ ବ୍ୟାପକ ବିଭ୍ରାଟ ହୋଇଥିଲା।

Leave A Reply

Your email address will not be published.